fbpx

ହାର୍ଦ୍ଦିକ ନୁହେଁ, ଏହି ଖେଳାଳି ହେବେ ବିଶ୍ୱକପର ଷ୍ଟାର ଅଲରାଉଣ୍ଡର: କୋଚ୍ ଦ୍ରାବିଡଙ୍କ ନୂଆ ପ୍ଲାନ୍

Advertisement

ନୂଆଦିଲ୍ଲୀ: ବିଶ୍ୱକପ ପୂର୍ବରୁ ଭାରତ ନିଜର ସମସ୍ତ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳି ସାରିଛି । ଆଗାମୀ ବିଶ୍ୱକପ ପାଇଁ ରୋହିତଙ୍କୁ ଦଳର ଅଧିନାୟକ ପଦ ମିଳିବା ସୁନିଶ୍ଚିତ ହୋଇଥିବା ବେଳେ ଅନେକ ଖେଳାଳିଙ୍କୁ ସୁଯୋଗ ମିଳିବା ମଧ୍ୟ ପକ୍କା ହୋଇଯାଇଛି । ତେବେ କୋଚ୍ ଦ୍ରାବିଡଙ୍କ ଆଗରେ ବର୍ତ୍ତମାନ ଦୁଇଟି ସ୍ଥାନ ପୂରଣ କରିବା ନେଇ ଚିନ୍ତା ବଢି ଯାଇଛି । ବିଶ୍ୱକପରେ ୱିକେଟ କିପର ଏବଂ ଅଲରାଉଣ୍ଡର ଭୂମିକାରେ କେଉଁ ଖେଳାଳି ସୁଯୋଗ ପାଇବେ, ସେ ନେଇ ଦ୍ରାବିଡଙ୍କ ଆଗରେ ଅନେକ ବିକଳ୍ପ ରହିଛି । ତେବେ ବିଶ୍ୱକପରେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ଏବେ ବିପଦରେ ପଡ଼ିଯାଇଛି ।

୧୪ ମାସର ବ୍ୟବଧାନ ପରେ ଟି-୨୦ ଫର୍ମାଟକୁ ଦମଦାର କମବ୍ୟାକ କରିଛନ୍ତି ଅଧିନାୟକ ରୋହିତ ଶର୍ମା । ତେଣୁ ଆଗାମୀ ବିଶ୍ୱକପରେ ସେ ଦଳର ନେତୃତ୍ୱ ନେବା ସୁନିଶ୍ଚିତ ହୋଇଯାଇଛି । ଏହାପରେ ବିରାଟ କୋହଲି ମଧ୍ୟ ବିଶ୍ୱକପରେ ଉପଲବ୍ଧ ଥିବା କହିଛନ୍ତି । ତେବେ ରୋହିତଙ୍କ କମବ୍ୟାକ ପରେ ହାର୍ଦ୍ଦିକଙ୍କ ହାତରୁ ଅଧିନାୟକ ପଦ ଚାଲିଯାଇଛି । କେବଳ ସେତିକି ନୁହେଁ, ବିଶ୍ୱକପ ଦଳରେ ତାଙ୍କୁ ସୁଯୋଗ ମିଳିବା ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ପରେ କୋଚ୍ ଦ୍ରାବିଡଙ୍କ ଏକ ବୟାନ ଏ ନେଇ ଚର୍ଚ୍ଚା ବଢାଇ ଦେଇଛି । ଦ୍ରାବିଡଙ୍କ ଅନୁସାରେ ଭାରତୀୟ ଦଳ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକଙ୍କ ବିକଳ୍ପ ଖେଳାଳିଙ୍କୁ ପାଇ ଯାଇଛି । ତେଣୁ ତାଙ୍କୁ ବିଶ୍ୱକପ ଦଳରେ ସୁଯୋଗ ମିଳିବାର ସମ୍ଭାବନା ମଧ୍ୟ ଖୁବ ଅଧିକ ରହିଛି । ବିଶ୍ୱକପରେ ହାର୍ଦ୍ଦିକଙ୍କୁ କଡ଼ା ଟକ୍କର ଦେଇପାରନ୍ତି ଷ୍ଟାର ଅଲରାଉଣ୍ଡର ଶିବମ ଦୁବେ ।

ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ଜିତିବା ପରେ କୋଚ୍ ଦ୍ରାବିଡ କହିଛନ୍ତି ଯେ, ବିଶ୍ୱକପ ପୂର୍ବରୁ ଆମ ପାଖରେ ବିକଳ୍ପ ଖେଳାଳିଙ୍କୁ ପାଇଛି ଟିମ ଇଣ୍ଡିଆ । ଆଫଗାନିସ୍ତାନ ବିପକ୍ଷରେ ଶିବମ୍ ଦୁବେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଉଭୟ ପ୍ରାରମ୍ଭିକ ମ୍ୟାଚରେ ସେ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ସମଗ୍ର ସିରିଜରେ ୧୨୪ ରନ୍ ସଂଗ୍ରହ କରିବା ସହ ଦୁଇଟି ୱିକେଟ୍ ନେଇଛନ୍ତି । ଦ୍ରାବିଡ଼ କହିଛନ୍ତି, “ସେ ଦୀର୍ଘ ସମୟ ପରେ ଫେରିଛନ୍ତି ଏବଂ ପୂର୍ବ ଅପେକ୍ଷା ବହୁତ ଭଲ ଖେଳାଳି ଭାବେ ଫେରିଛନ୍ତି।” ତାଙ୍କର ସବୁବେଳେ ପ୍ରତିଭା ରହିଥିଲା ଏବଂ ମୁଁ ତାଙ୍କ ପ୍ରଦର୍ଶନକୁ ନେଇ ବହୁତ ଖୁସି ।

Get real time updates directly on you device, subscribe now.