fbpx

ଜାପାନ ନୁହେଁ, ଭାରତର ଏହି ସ୍ଥାନରେ ହୋଇଥିଲା ପରମାଣୁ ବିସ୍ଫୋରଣ! ଏବେ ବି ମିଳୁଛି ହାଡ଼ କଙ୍କାଳ

ଓଡ଼ିଶା ଭାସ୍କର: ବର୍ତ୍ତମାନ ସମୟରେ ପ୍ରତ୍ୟେକ ଦେଶ ପରମାଣୁ ଅସ୍ତ୍ରରେ ସୁସଜ୍ଜିତ ହୋଇ ରହିଛନ୍ତି । କିନ୍ତୁ ଏହାର ବ୍ୟବହାର ସେତେଟା ସହଜ ନୁହେଁ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏହାର ବିନାଶକରୀ ରୂପ ଦେଖିଛି ସାରା ଦୁନିଆ । ୧୯୪୫ ମସିହା ଅଗଷ୍ଟ ୬ ତାରିଖରେ ଜାପାନର ହିରୋସିମା ଏବଂ ନାଗାସାକିରେ ପରମାଣୁ ବୋମା ପକାଇ ସମଗ୍ର ବିଶ୍ୱକୁ ଥରାଇ ଦେଇଥିଲା ଆମେରିକା । କିନ୍ତୁ ରିସର୍ଚ୍ଚରୁ ଜଣାଯାଇଛି ଯେ, ଇତିହାସରେ ପ୍ରଥମ ପରମାଣୁ ବୋମା ଜାପାନରେ ନୁହେଁ, ବରଂ ଭାରତର ଏକ ପ୍ରାଚୀନ ସହର ଉପରେ ପକାଯାଇଥିଲା । ଯାହାର ପରିଣାମ ଆଜି ମଧ୍ୟ ଏଠାରେ ପରିଲକ୍ଷିତ ହୋଇଥାଏ ।

The truth about the Death Mound Explosion in ancient India 4,000 years ago?  | Earth

ରିପୋର୍ଟ ଅନୁସାରେ, ପ୍ରାୟ ୩୭୦୦ ବର୍ଷ ପୂର୍ବେ ଭାରତର ଭୂଭାଗରେ ହୋଇଥିଲା ପରମାଣୁ ବିସ୍ଫୋରଣ । ଏହି ବିସ୍ଫୋରଣରେ ସମ୍ପୂର୍ଣ୍ଣ ଧ୍ୱଂସ ପାଇଯାଇଛି ଭାରତର ଏକ ପୁରୁଣା ସଭ୍ୟତା, ମହେନଜୋଦାରୋ । ତେବେ ଏହି ରିପୋର୍ଟରେ ଦାବି ହୋଇଛି ଯେ, ଏହି ସହରରୁ ମିଳୁଥିବା କଙ୍କାଳରୁ ମନେ ହେଉଛି ଯେ, ଏଠାରେ ଏକ ପରମାଣୁ ବିସ୍ଫୋରଣ ହୋଇଥାଇ ପାରେ ଯାହାଦ୍ୱାରା ସମ୍ପୂର୍ଣ୍ଣ ସହର ହିଁ ଧ୍ୱଂସ ହୋଇଯାଇଛି । ତେବେ ସେହି ସମୟରେ ଭାରତର ମହେନଜୋଦାରୋ ସଭ୍ୟତା ପରମାଣୁ ବୋମା ତିଆରି କରିବା ଭଳି ବିକଶିତ ଥିଲେ କି? ଏ ନେଇ ଏକ ବିରାଟ ପ୍ରଶ୍ନ ଏବେ ସୃଷ୍ଟି ହୋଇଛି । ବର୍ତ୍ତମାନ ପାକିସ୍ତାନର ଅଂଶ ପାଲଟିଥିବା ମହେନଜୋଦାରୋ ୩୭୦୦ ବର୍ଷ ପୂର୍ବେ ଭାରତର ସିନ୍ଧୁ ଘାଟି ସଭ୍ୟତାର ଅଂଶ ରହିଥିଲା ।

Was the Mohenjo Daro 'Massacre' Real? | Ancient Origins

ଆଜି ମଧ୍ୟ ମହେନଜୋଦାରୋର ଭଗ୍ନାଂଶ ଦେଖିବାକୁ ମିଳେ । ତେବେ ଏଠାରେ ଦୁନିଆର ସବୁଠାରୁ ବିକଶିତ ସଭ୍ୟତାର ଅବସ୍ଥିତି ବିଷୟରେ ଜଣାଯାଏ । ମହେନଜୋଦାରୋ ସହିତ ହରପ୍ପା ସହର ବିଷୟରେ ମଧ୍ୟ ଇତିହାସ ବହିରେ ଉଲ୍ଲେଖ ରହିଛି । ବର୍ତ୍ତମାନ ପାକିସ୍ତାନ ଅଧୀନରେ ଥିବା ଭାରତର ଏହି ପ୍ରାଚୀନ ସହର ମହେନଜୋଦାରୋରେ ବର୍ତ୍ତମାନ ପର୍ଯ୍ୟନ୍ତ ମଣିଷଙ୍କ ହାଡ଼ କଙ୍କାଳ ଉଦ୍ଧାର କରାଯାଉଛି । କେବଳ ସେତିକି ନୁହେଁ, ଏଥିରୁ ହାଇ ଲେବୁଲର ରେଡିଏସନ୍ ମଧ୍ୟ ମିଳିଛି । ଏହି ରେଡିଏସନରୁ ଜଣାଯାଉଛି ଯେ, ମହେନଜୋଦାରୋରେ ସେହି ସମୟରେ ପରମାଣୁ ବିସ୍ଫୋରଣ ହୋଇଥିବ ।

Harappa grave of ancient 'couple' reveals secrets

Get real time updates directly on you device, subscribe now.