fbpx

ଦ୍ରାବିଡ କି କୁମ୍ବଲେ ନୁହନ୍ତି ଏହି ଖେଳାଳି ହେଉଛନ୍ତି ସବୁଠୁ ଶିକ୍ଷିତ କ୍ରିକେଟର

ନୂଆଦିଲ୍ଳୀ: ଭାରତୀୟ କ୍ରିକେଟ ଦଳରେ ସାମିଲ ହୋଇଥିବା ଖେଳାଳି ମାନଙ୍କୁ ଅଧିକ ପାଠ ପଢିବାର ସୁଯୋଗ ମିଳିନଥାଏ । ସଚିନ ତେନ୍ଦୁଲକର, ବିରାଟ କୋହଲି ଓ ମହେନ୍ଦ୍ର ସିଂ ଧୋନୀଙ୍କ ପରି ଖେଳାଳି ସ୍ନାତକ ଡିଗ୍ରୀ ମଧ୍ୟ ହାସଲ କରି ନାହାନ୍ତି । ତେବେ ଏପରି କିଛି ଖେଳାଳି ଅଛନ୍ତି ଯେଉଁମାନେ ନିଜର ପାଠପଢା ସମ୍ପୂର୍ଣ୍ଣ କରିଛନ୍ତି । ଭାରତୀୟ କ୍ରିକେଟର ଦ ୱାଲ ରାହୁଲ ଦ୍ରାବିଡ, ଜଭଗଲ ଶ୍ରୀନାଥ ଏବଂ ଅନୀଲ କୁମ୍ବଲେଙ୍କ ପରି ଖେଳାଳି ନିଜର ଇଞ୍ଜିନିୟରିଂ ଡିଗ୍ରୀ ମଧ୍ୟ ସମାପ୍ତ କରିଛନ୍ତି । ଏହି ଖେଳାଳି ମାନେ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିଲେ ହେଁ ସବୁଠାରୁ ଅଧିକ ଶିକ୍ଷିତ କ୍ରିକେଟରଙ୍କ ମଧ୍ୟରେ ଏହି ଖେଳାଳି ମାନେ ନାହାନ୍ତି ।

ଆଶ୍ଚର୍ଯ୍ୟଜନକ ଭାବରେ ଏହି ତାଲିକାର ଶୀର୍ଷରେ ରହିଥିବା ଖେଳାଳି ହେଉଛନ୍ତି ଆବିଷ୍କାର ସାଲଭି । ଭାରତ ପାଇଁ ମାତ୍ର ୪ଟି ଦିନିକିଆ ଖେଳିଥିବା ସାଲଭି ନିଜ ବୋଲିଂ ଆକ୍ସନ ପାଇଁ ଚର୍ଚ୍ଚାରେ ରହିଥିଲେ । ଗ୍ଲେନ୍ ମ୍ୟାକଗ୍ରାଥଙ୍କ ପରି ସମାନ ବୋଲିଂ ଆକ୍ସନ ରଖୁଥିବା ସାଲଭିଙ୍କ ଅନ୍ତର୍ଜାତୀୟ କ୍ୟାରିୟର କିନ୍ତୁ ଦୀର୍ଘସ୍ଥାୟୀ ରହିନଥିଲା । ଭାରତ ପାଇଁ ୪ଟି ମ୍ୟାଚ୍ ଖେଳି ୪ଟି ୱିକେଟ ନେଇଥିବା ବେଳେ ଆଇପିଏଲରେ ଦିଲ୍ଲୀ ଡେୟାରଡେଭିଲ୍ସ ପାଇଁ ଖେଳିଛନ୍ତି । ମୁମ୍ବାଇ ପକ୍ଷରୁ ରଣଜୀ ଟ୍ରଫି ଖେଳିଥିବା ଏହି ଖେଳାଳି ଜଣକ ଆଷ୍ଟ୍ରୋ ଫିଜିକ୍ସରେ ସ୍ନାତକୋତ୍ତର(ପିଏଚଡି) ଶିକ୍ଷା ହାସଲ କରିଛନ୍ତି । ଆଷ୍ଟ୍ରୋ ଫିଜିକ୍ସ ମହାକାଶ ବିଜ୍ଞାନ ସହିତ ଜଡିତ ଶିକ୍ଷା । ଏହି ଶିକ୍ଷା ହାସଲ କଲେ ଇସ୍ରୋ ଅଥବା ନାସାରେ ନିଯୁକ୍ତି ମିଳିଥାଏ ।

Get real time updates directly on you device, subscribe now.