fbpx

ରିଲ ନୁହେଁ, ରିଏଲରେ ବି ସୁପର ହିରୋ ସିଦ୍ଧାନ୍ତ ମହାପାତ୍ର; ପ୍ରମାଣ କରି ଦେଖାଇଲେ…

Advertisement

ଭୁବନେଶ୍ୱର: ସଫଳତା ସହିତ ମଣିଷ ନିଜର ମଣିଷପଣିଆ ଆଉ ମାନବିକତାକୁ ଭୁଲିଯାଏ । ନିଜକୁ ସର୍ବୋଚ୍ଚ ବୋଲି ମଧ୍ୟ ଭାବିନିଏ ଏହି ମଣିଷଜାତି । କିନ୍ତୁ ସବୁ ଲୋକ ଏକାପରି ନୁହେଁ, କିଛି ଲୋକ ସଫଳତା ସହିତ ନିଜ ମାନବିକତାକୁ ମଧ୍ୟ ବଞ୍ଚାଇ ରଖିଥାନ୍ତି । ସେମତି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ଓଲିଉଡର ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର । ଓଡିଆ ସିନେ ଜଗତରେ ସେ ଅନେକ ସଫଳତା ପାଇଛନ୍ତି, କିନ୍ତୁ ଆଜିବି ସେ ନମ୍ର ଏବଂ ମାନବିକତାର ନବଦିଗନ୍ତ ହୋଇ ପାରିଛନ୍ତି । ଯାହାର ଉଦାହରଣ ଆଜି ଦେଖିବାକୁ ମିଳିଛି ।

ସୂଚନା ମୁତାବକ, ଦୁର୍ଘଟଣାରେ ଶିକାର ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରି ମେଡିକାଲକୁ ପଠାଇଛନ୍ତି ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର । ମେଡିକାଲକୁ ପଠାଇ ଆହତଙ୍କ ଜୀବନ ବଞ୍ଚାଇ ଦେଇଛନ୍ତି ମୁନ୍ନା ଭାଇ । କେବ ସେତିକିରେ ରହି ନାହାନ୍ତି ସିଦ୍ଧାନ୍ତ, ଏହାପରେ ମେଡିକାଲକୁ ନିଜେ ଯାଇ ସେ ଆହତଙ୍କ ଚିକିତ୍ସା ବ୍ୟବସ୍ଥା ମଧ୍ୟ କରାଇଛନ୍ତି । ବାଟରେ ଯାଉଥିବା ବେଳେ ବାଇକ ଅରୋହୀ ମଦନ ସ୍ୱାଇଁଙ୍କୁ ଧକ୍କା ଦେଇଥିଲା ଏକ ଭ୍ୟାନ । ଫଳରେ ସେ ଗାଡିରୁ ଛିଟିକି ପଡି ଆହତ ହୋଇଥିଲେ । ତାଙ୍କୁ ଦେଖି ଓଡିଆ ସିନେ ଷ୍ଟାର ସିଦ୍ଧାନ୍ତ ମହାପାତ୍ର ମେଡିକାଲକୁ ପଠାଇବା ସହ ଚିକିତ୍ସା ବ୍ୟବସ୍ଥା କରାଇ ମାନବିକତାର ପରିଚୟ ଦେଇଛନ୍ତି ।

Get real time updates directly on you device, subscribe now.