ବ୍ରହ୍ମପୁରରେ ରହୁଥିବା ଜଣେ ପାକିସ୍ତାନୀ ମହିଳାଙ୍କୁ ନୋଟିସ, ଘରକୁ ଯାଇ ଭିସା ଯାଞ୍ଚ କଲା ପୋଲିସ

ଦେଶ ଛାଡିବାକୁ ବ୍ରହ୍ମପୁରରେ ରହୁଥିବା ଜଣେ ପାକିସ୍ତାନୀ ମହିଳାଙ୍କୁ ନୋଟିସ୍ ।

ଭୁବନେଶ୍ବର: ବ୍ରହ୍ମପୁରରେ ବି ଅଛନ୍ତି ପାକିସ୍ତାନୀ ମହିଳା । ତେବେ ସେଠାରେ ରହୁଥିବା ଜଣେ ପାକିସ୍ତାନୀ ମହିଳାଙ୍କୁ ନୋଟିସ କରାଯାଇଛି ।

ଟାଉନ ଥାନା ଅଞ୍ଚଳରେ ରହୁଥିବା ମହିଳାଙ୍କୁ ଦେଶ ଛାଡ଼ିବାକୁ ନୋଟିସ କରାଯାଇଥିବା ବେଳେ ମହିଳାଙ୍କ ଘରେ ପହଞ୍ଚି ଭିସା ଯାଞ୍ଚ କଲା ପୋଲିସ ।

ଖବର ଅନୁସାରେ, ମିଲିଟାରୀ ଲାଇନ ବଡ଼ ମସଜିଦ୍‌ ସାହିରେ ରହୁଛନ୍ତି ମହିଳା । ଓଡ଼ିଶାରେ ୨୫ ବର୍ଷରୁ ଅଧିକ ହେବ ପରିବାର ସହ ରହୁଛନ୍ତି ।

କିଛି ବର୍ଷ ପୂର୍ବେ ମହିଳାଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇଛି । ମହିଳା ଜଣଙ୍କ ନିଜ ସାନ ଝିଅ ସହ ଏଠାରେ ରହୁଛନ୍ତି ।

ପ୍ରକାଶଥାଉକି, ପହଲଗାମ୍ ଆକ୍ରମଣରେ 26ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ଏହାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଭାରତ ।

ଭାରତରେ ରହୁଥିବା ପାକିସ୍ତାନୀ ମହିଳାଙ୍କୁ ଭାରତ ଛାଡି ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଆଜି ଶେଷ ତାରିଖ ରହିଛି ।

ଏହାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ଏହାର ଭିତରେ ବ୍ରହ୍ମପୁରରେ ରହୁଥିବା ପାକିସ୍ତାନୀ ମହିଳାଙ୍କ ଘରକୁ ଯାଇ ଭିସା ଯାଞ୍ଚ କରିଛି ପୋଲିସ ।