fbpx

NALCO ପକ୍ଷରୁ ବିଜ୍ଞପ୍ତି: ଫୋରମ୍ୟାନ, ଲ୍ୟାବ୍ ଆସିଷ୍ଟାଣ୍ଟ, ନର୍ସ, ଡ୍ରେସର ପଦରେ ଦିଆଯିବ ନିଯୁକ୍ତି

ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲକୋ) ପକ୍ଷରୁ ଅନେକ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜୁନିୟର ଫୋନମ୍ୟାନ (ଶଟ ଫାୟରର / ବ୍ଲାଷ୍ଟର), ଜୁନିୟର ଫୋନମ୍ୟାନ (ଓଭରମ୍ୟାନ) / ଜୁନିୟର ଫୋନମ୍ୟାନ (ମାଇନ୍ସ), ଜୁନିୟର ଫୋନମ୍ୟାନ (ଇଲେକ୍ଟ୍ରିକାଲ), ଜୁନିୟର ଫୋନମ୍ୟାନ (ସର୍ଭେୟର), ଜୁନିୟର ଫୋନମ୍ୟାନ (ସିଭିଲ), ଲାବୋରେଟୋରୀ ଆସିଷ୍ଟାଣ୍ଟ, ଡ୍ରେସର କମ ଫାଷ୍ଟ ଏଡର, ନର୍ସ ଆଦି ପଦରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ ।

କିଛି ପଦରେ କେବଳ ଲିଖିତ ପରୀକ୍ଷା ମାଧ୍ୟମରେ ପ୍ରାର୍ଥୀଙ୍କୁ ଚୟନ କରାଯିବ । ସେହିପରି ଆଉ କିଛି ପଦରେ ଲିଖିତ ପରୀକ୍ଷା ଓ ଟ୍ରେଡ ଟେଷ୍ଟ ମାଧ୍ୟମରେ ପ୍ରାର୍ଥୀଙ୍କୁ ଚୟନ କରାଯିବ । ଜେନେରାଲ, ଅନ୍ୟ ପଛୁଆ ବର୍ଗ / (ଓବିସି) (ଏନସିଏଲ) / ଆର୍ଥିକ ଦୁର୍ବଳ ଶ୍ରେଣୀ (ଇଡବ୍ଲ୍ୟୁଏସ) ପ୍ରାର୍ଥୀଙ୍କୁ ୧୦୦ ଟଙ୍କାର ଆବେଦନ ଫିସ୍ ଜମା କରିବାକୁ ପଡ଼ିବ । ଅନୁସୂଚିତ ଜାତି (ଏସସି) / ଅନୁସୂଚିତ ଜନଜାତି (ଏସଟି) / ପିଡବ୍ଲ୍ୟୁବିଡି / ଏକ୍ସ-ସର୍ଭିସମେନ / ଇଣ୍ଟରନାଲ ପ୍ରାର୍ଥୀଙ୍କ ପାଇଁ ଫିସ୍ ଛାଡ଼ କରାଯାଇଛି । କେବଳ ବ୍ୟାଙ୍କ ଆକାଉଣ୍ଟ, ନେଟ ବ୍ୟାଙ୍କିଂ, ଡେବିଟ / କ୍ରେଡିଟ କାର୍ଡ ମାଧ୍ୟମରେ ପେମେଣ୍ଟ ଗ୍ରହଣ କରାଯିବ ।

ଏଥିରେ ଆବେଦନ କରିବା ପାଇଁ ଆଶାୟୀଙ୍କୁ ପ୍ରଥମେ ନାଲକୋର ଅଫିସିଆଲ ୱେବସାଇଟକୁ ଯାଇ କ୍ୟାରିୟର ସେକ୍ସନକୁ ଯିବାକୁ ପଡ଼ିବ । ଆବେଦନ କରିବା ପୂର୍ବରୁ ପ୍ରାର୍ଥୀଙ୍କୁ ନୋଟିଫିକେସନକୁ ଭଲ ଭାବେ ପଢ଼ିବା ଆବଶ୍ୟକ । ଏଥିସହିତ ଅନଲାଇନ୍ ଆପ୍ଲିକେସନ ସତର୍କତାର ସହ ଭରିବାକୁ ପରାମର୍ଶ ଦିଆଯାଇଛି । ଅନଲାଇନ୍ ଆବେଦନ କରିବା ସମୟରେ ପ୍ରାର୍ଥୀମାନେ ସେମାନଙ୍କର ସ୍କାନ କପି ଓ ନିକଟରେ ଉଠାଇଥିବା ପାସପୋର୍ଟ ସାଇଜ୍ ରଙ୍ଗୀନ ଫଟୋଗ୍ରାଫ, ହସ୍ତାକ୍ଷର ଆଦି ଅପଲୋଡ୍ କରିବାକୁ ପଡ଼ିବ । ପରେ ଆପ୍ଲିକେସନର ହାର୍ଡକପି ଡାଉନଲୋଡ୍ କରି ପ୍ରଦତ୍ତ ଠିକଣାରେ ପଠାଇବାକୁ ପଡ଼ିବ । ଫେବୃଆରୀ ୨୬ ତାରିଖ ସୁଦ୍ଧା ଅନଲାଇନ୍ ଆପ୍ଲିକେସନକୁ ପୋଷ୍ଟ ମାଧ୍ୟମରେ ପଠାଇବାକୁ ପଡ଼ିବ ।

ନୋଟିଫିକେସନ ଲିଙ୍କ: https://mudira.nalcoindia.co.in/iorms/UploadData/Advertisement/638421196495056638_Advertisement%20for%20NE%20posts%20for%20Coal%20Mines%20Division-2024.pdf

Get real time updates directly on you device, subscribe now.