fbpx
BSKY
BJD MC SKY
BJD MS SKY

Google Map ଥିଲେ କଟିବନି ଚାଲାଣ… ଗାଡ଼ି ଚାଳକମାନେ ଜାଣି ରଖନ୍ତୁ ଏହି ଫିଚର

ଓଡ଼ିଶା ଭାସ୍କର: ବର୍ତ୍ତମାନ ସମୟରେ ଅନେକ ଲୋକଙ୍କ ପାଇଁ ଏକ ଲୋକପ୍ରିୟ ନାଭିଗେସନ୍ ଆପ୍ ପାଲଟିଛି ଗୁଗଲ ମ୍ୟାପ୍ । ଏହା ଖୁବ ସହଜରେ ୟୁଜରଙ୍କୁ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବାରେ ସାହାଯ୍ୟ କରେ । ତେବେ ଆପ୍ ମାଧ୍ୟମରେ ବିଭିନ୍ନ ପ୍ରକାରର ସୁବିଧା ପାଇପାରିବେ ଜଣେ ୟୁଜର । ଏହାର କିଛି ଫିଚରକୁ ବ୍ୟବହାର କଲେ ଗାଡ଼ିଚାଳକଙ୍କୁ ଚାଲାଣରୁ ମଧ୍ୟ ମୁକ୍ତି ମିଳିପାରିବ । ଗୁଗଲ ମ୍ୟାପର ଏହି ଫିଚର ଥିଲେ ଟ୍ରାଫିକ ପୋଲିସ ମଧ୍ୟ ଆପଣଙକର ଚାଲାଣ କାଟି ପାରିବେ ନାହିଁ । ତେଣୁ ସମସ୍ତ ଗାଡ଼ିଚାଳକ ଏହି ଫିଚର ବିଷୟରେ ଜାଣି ରଖିବା ଉଚିତ୍ ।

ସ୍ପିଡ ଲିମିଟ ୱାର୍ଣ୍ଣିଂ: ଏହି ଫିଚର ଗାଡ଼ି ଚାଳକଙ୍କ ସ୍ପିଡକୁ ଟ୍ରାକ କରିଥାଏ । ଯଦି ଆପଣ ସ୍ପିଡ ଲିମିଟରୁ ଅଧିକ ଦ୍ରୁତ ଗତିରେ ଡ୍ରାଇଭ କରନ୍ତି, ତେବେ ଏହା ଆପଣଙ୍କୁ ଚେତାବନୀ ମଧ୍ୟ ଦେଇଥାଏ । ଏହି ଫିଚର ଆପଣଙ୍କୁ ଚାଲାଣ କଟିବା ସମସ୍ୟାରୁ ରକ୍ଷା କରିପାରେ ।

ସ୍ପିଡ କ୍ୟାମେରା ଆଲର୍ଟ: ଏହି ଫିଚର ଆପଣଙ୍କୁ ଆପଣଙ୍କ ରାସ୍ତାରେ ଥିବା ଏହି ସ୍ପିଡ କ୍ୟାମେରାର ତଥ୍ୟ ପ୍ରଦାନ କରିଥାଏ । ଏହାଦ୍ୱାରା ଗାଡ଼ିଚାଳକ ସ୍ପିଡ କ୍ୟାମେରାରୁ ମଧ୍ୟ ନିଜକୁ ଦୂରେଇ ରଖିପାରନ୍ତି । ଯାହାଫଳରେ ଚାଲାଣ କଟିବାର ସମ୍ଭାବନା ମଧ୍ୟ କମ୍ ହୋଇଥାଏ ।

ଟ୍ରାଫିକ ଆଲର୍ଟ: ଗୁଗଲ ମ୍ୟାପର ଏହି ଫିଚର ରାସ୍ତାରେ ଥିବା ଭିଡ଼ ଏବଂ ଅନ୍ୟାନ୍ୟ ସମସ୍ୟା ବିଷୟରେ ମଧ୍ୟ ସୂଚନା ଦେଇଥାଏ । ଏହାବ୍ୟତୀତ ଏହି ଫିଚର ଆପଣଙ୍କୁ ଟ୍ରାଫିକରେ ଜାମ୍ ବା ଟ୍ରାଫିକ ପୋଲିସଙ୍କ କବଳରୁ ମଧ୍ୟ ରକ୍ଷା କରିପାରେ ।

କିପରି ଆକ୍ଟିଭେଟ କରିବେ?

ଏହି ଫିଚର୍ସକୁ ଆକ୍ଟିଭେଟ କରିବା ପାଇଁ ଆପଣ ଗୁଗଲ ମ୍ୟାପ୍ସ ଆପରେ ସେଟିଙ୍ଗକୁ ଯାଆନ୍ତୁ ।
ଏହାପରେ ‘ନାଭିଗେସନ’ ଟ୍ୟାବକୁ ଯାଆନ୍ତୁ ଏବଂ ‘ଡ୍ରାଇଭିଙ୍ଗ ବିକଳ୍ପ’କୁ ଚୟନ କରନ୍ତୁ
ଏହି ଫିଚର୍ସକୁ ଆକ୍ଟିଭେଟ କରିବା ପାଇଁ ‘ଟୁଗଲ ସ୍ୱିଚ’ ଅପ୍ସନକୁ ଚୟନ କରିବାକୁ ହେବ ।

 

Get real time updates directly on you device, subscribe now.