ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି; ଆଜିଠୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ, 22ରେ ନିଥିପତ୍ର ଯାଞ୍ଚ, ସେପ୍ଟେମ୍ବର 9ରେ ନିର୍ବାଚନ
ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଜାରି ହେଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ । ଅଗଷ୍ଟ 21 ନାମାଙ୍କନ ଦାଖଲର ଶେଷ ତାରିଖ ।
ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଜାରି ହେଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ । ଅଗଷ୍ଟ 21 ନାମାଙ୍କନ ଦାଖଲର ଶେଷ ତାରିଖ । ଅଗଷ୍ଟ 22 ରେ ନିଥିପତ୍ର ଯାଞ୍ଚ ହେବ । ସେପ୍ଟେମ୍ବର 9ରେ ଉପରାଷ୍ଟ୍ରପତି ନିର୍ବାଚନ ।
ସୂଚନା ଥାଉ କି, ଉପରାଷ୍ଟ୍ରପତି ପଦରେ ଥିବା ମହାମହିମ ଜଗଦୀପ ଧନଖଡ଼ କୌଣସି କାରଣରୁ ହଠାତ ଇସ୍ତଫା ଦେଇଥିଲେ । ଏହାପରେ କିଏ ପରବର୍ତ୍ତୀ ଉପରାଷ୍ଟ୍ରପତି ହେବେ ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି । ଏନେଇ କେବେ ନିର୍ବାଚନ ହେବ ତାକୁ ସମସ୍ତେ ଅନାଇ ବସିଥିଲେ । ତେହେ ସେପ୍ଟମବର 9 ତାରିଖରେ ଭୋଟ ଗ୍ରହଣ ପ୍ରକ୍ରିୟାଥିବା ବେଳେ ଆଜି ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଛି ।
କହିରଖୁ କି ଗତ ଉପରାଷ୍ଟ୍ରପତି ନିର୍ବାଚନରେ ଉଭୟ ଏନଡିଏ ଓ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ ଦେଇଥିଲେ । ହେଲେ ଏନଡିଏ ମେଣ୍ଟ ସମର୍ଥନରେ ପ୍ରାର୍ଥୀ ହୋଇଥିବା ଜଗଦୀପ ଧନଖଡ ବିଜୟୀ ହୋଇଥିଲେ । ଇଣ୍ଡିଆ ମେଣ୍ଟ ତରଫରୁ ମାର୍ଗେଟ୍ ଆଲଭାଙ୍କୁ ପ୍ରାର୍ଥୀ କରାଯାଇଥିଲା । ଏଥିରେ ଜଗଦୀପ ଧନଖଡଙ୍କୁ ୫୨୮ ଖଣ୍ଡ ଭୋଟ ମିଳିଥିବା ବେଳେ ମାର୍ଗେଟ୍ ଆଲଭାଙ୍କୁ ୧୮୨ ଖଣ୍ଡ ଭୋଟ ମିଳିଥିଲା ।
ଉପରାଷ୍ଟ୍ରପତି ପଦ ପାଇଁ ଭୋଟ ଦେଉଥିବା ମୋଟ ସାଂସଦଙ୍କ ସଂଖ୍ୟା ହେଉଛି ୭୯୦ । ସେଥିମଧ୍ୟରୁ ଲୋକସଭାର ୫୪୩ ସାଂସଦ, ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ୨୩୩ ଓ ଚୟନ ହୋଇ ଆସିଥିବା ୧୨ ଜଣ ସାଂସଦ ଭୋଟ ଦେଇଥାନ୍ତି ।