fbpx

କେନ୍ଦୁଝର ଓ ସୁନ୍ଦରଗଡ଼ ହସ୍‍ପିଟାଲରେ ବିଭିନ୍ନ ପଦବୀ ପୂରଣ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର: କେନ୍ଦୁଝର ଏବଂ ସୁନ୍ଦରଗଡ଼ ହସ୍‍ପିଟାଲ ପାଇଁ ବିଭିନ୍ନ ପଦବୀ ପୂରଣ ନିମନ୍ତେ ବିଜ୍ଞାପ୍ତି ପ୍ରକାଶ ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରକାଶିତ ଏହି ବିଜ୍ଞାପନରେ ଏନେସ୍‍ଥେସିଆ ବିଶେଷଜ୍ଞ, ଅସ୍ଥିଶଲ୍ୟ ବିଶେଷଜ୍ଞ, ଜରୁରୀ କାଳୀନ ଅଧିକାରୀ, ବ୍ଲଡ୍‍ ବ୍ୟାଙ୍କ ମେଡିକାଲ ଅଫିସର୍‍ ଆଦି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।

ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ ଦୁଇ ମେଡିକାଲ କଲେଜ ପାଇଁ ମୋଟ ୩୨ ଟି ପଦବୀରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ। ଏଥିରୁ ୨୬ଟି ପଦବୀ ପାଇଁ ଓପିଏସସି ପରୀକ୍ଷା ଅନୁଷ୍ଠିତ କରିବା ଏବଂ ବାକି ୬ଟି ପଦବୀ ପାଇଁ ଓଏସଏସଏସସି ପରୀକ୍ଷା କରାଇବ।

Get real time updates directly on you device, subscribe now.