fbpx

Big Breaking: ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର: ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ଖବର ସାମ୍ନାକୁ ଆସୁଛି । ୧୨ଟି ଆସନ ପାଇଁ ହେବ ଉପନିର୍ବାଚନ । ତେବେ ୩ ସେପ୍ଟେମ୍ବରରେ ହେବ ଉପନିର୍ବାଚନ । ଏଥି ମଧ୍ୟରୁ ଓଡ଼ିଶାର ମାତ୍ର ଗୋଟିଏ ଆସନ ପାଇଁ ନିର୍ବାଚନ ହେବ । ମମତାଙ୍କ ଇସ୍ତଫା ପରେ ଖାଲିପଡିଛି ଗୋଟିଏ ଆସନ । ୧୪ ଅଗଷ୍ଟରେ ପ୍ରକାଶ ପାଇବ ବିଜ୍ଞପ୍ତି । ୨୧ ତାରିଖରେ ନାମାଙ୍କନ ଏବଂ ୨୨ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ ।

ଏହି ୧୨ ଆସନରୁ ମହାରାଷ୍ଟ୍ରର ୨ ଟି ଆସନ, ଆସାମର ୨, ବିହାରର ୨ ତଥା ହରିୟାଣା, ରାଜସ୍ଥାନ, ମଧ୍ୟପ୍ରଦେଶ, ତେଲେଙ୍ଗାନା, ଓଡିଶା ଏବଂ ତ୍ରିପୁରାର ଗୋଟିଏ ଲେଖାଏଁ ଖାଲି ପଡ଼ିଥିବା ଆସନରେ ଊପନିର୍ବାଚନ ଅନୁଷ୍ଠିତ ହେବ। ମମତା ମହାନ୍ତଙ୍କ ଇସ୍ତଫା ପରେ ଓଡ଼ିଶାର ଗୋଟିଏ ଆସନ ଖାଲି ପଡ଼ିଛି।

ଭାରତର ନିର୍ବାଚନ ଆୟୋଗଙ୍କ ଦ୍ବାରା ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଉପନିର୍ବାଚନ ପାଇଁ ୧୪ ଅଗଷ୍ଟରେ ବିଜ୍ଞପ୍ତି ଜାରି କରାଯିବ। ନାମାଙ୍କନ ପତ୍ର ଦାଖଲର ଅନ୍ତିମ ତାରିଖ ଅଗଷ୍ଟ ୨୧ ରହିଛି। ସେହିପରି ଅଗଷ୍ଟ ୨୨ରେ ନାମାଙ୍କନ ପତ୍ରର ଯାଞ୍ଚ କରାଯିବ। ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଅଗଷ୍ଟ ୨୭ ରହିଛି। ୩ ସେପ୍ଟେମ୍ବରରେ ମତଦାନ ହେବ ଏବଂ ଫଳାଫଳ ସେହିଦିନ ଅର୍ଥାତ୍ ‌ ୩ ସେପ୍ଟେମ୍ବର ଅପରାହ୍ନ ୫ଟା ପରେ ଘୋଷଣା କରାଯିବ ।

Get real time updates directly on you device, subscribe now.