fbpx

ଏବେ ଲିଫ୍ଟରେ ବସି ୪୦ ଦିନରେ ମଙ୍ଗଳ ଗ୍ରହରେ ପହଞ୍ଚିଯିବ ମଣିଷ, ଏହି କମ୍ପାନୀ କରୁଛି ପ୍ରସ୍ତୁତି

ନୂଆଦିଲ୍ଲୀ: ଆପଣ ଭାବୁଛନ୍ତି କି ଏପରି କୌଣସି ଲିଫ୍ଟ ରହିଛି ଯାହା ଆପଣଙ୍କୁ ମହାକାଶ ପର୍ଯ୍ୟନ୍ତ ନେଇପାରିବ । ଲିଫ୍ଟ ସାହାଯ୍ୟରେ ମଣିଷ ନିଜ ଆବଶ୍ୟକୀୟ ଜିନିଷ ଧରି ସତରେ କ’ଣ ମହାକାଶରେ ପହଞ୍ଚିଯିବ! ଏହା ମନର ଏକ କଳ୍ପନା ବୋଲି ଆପଣ ଭାବୁଥିବେ କିନ୍ତୁ ଏହାକୁ ବାସ୍ତବ କରିବାକୁ ଯାଉଛି ଆମ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ।

ଏ ପର୍ଯ୍ୟନ୍ତ ମାନବ ଅନ୍ତରୀକ୍ଷ ଯାନରେ ବସି ମହାକାଶ ଯାଉଥିଲା । କିନ୍ତୁ ବହୁତ ଶୀଘ୍ର ମାନବ ଲିଫ୍ଟରେ ବସି ମହାକାଶ ଯାତ୍ରା କରିବ । ଜାପାନର କମ୍ପାନୀ ଓବାୟସୀ ଏପରି ଲିଫ୍ଟ (ସ୍ପେସ୍ ଏଲିଭେଟର)ତିଆରି କରୁଛି ଯାହା ଆମକୁ ରେକର୍ଡ ସମୟ ମଧ୍ୟରେ ମଙ୍ଗଳ ଗ୍ରହରେ ପହଞ୍ଚାଇ ଦେବ । ଜାପାନ କମ୍ପାନୀ ଓବାୟସୀ କର୍ପୋରେସନ ସ୍ପେସ୍ ଏଲିଭେଟର ନିର୍ମାଣ ଉପରେ କାମ କରୁଛି । କମ୍ପାନୀ କହିଛି ଏବେ ଏହା ଉପରେ ରିସର୍ଚ୍ଚ, ରଫ୍ ଡିଜାଇନ୍‌, ପାର୍ଟନସିପ୍ ବିଲ୍ଡିଂ ଓ ପ୍ରମୋଶନ କାମ ଜାରି ରହିଛି । ମଙ୍ଗଳ ଗ୍ରହରେ ପହଞ୍ଚିବାକୁ ଏବେ ୬ରୁ ୮ ମାସ ସମୟ ଲାଗୁଛି । ଏବେ ବୈଜ୍ଞାନିକମାନେ ଅନୁମାନ ଲଗାଇଛନ୍ତି କି ଏହି ସ୍ପେସ୍ ଏଲିଭେଟର ଆମକୁ ୩ରୁ ୪ ମାସ କିମ୍ବା ୪୦ ଦିନରେ ମହାକାଶରେ ପହଞ୍ଚାଇବ । ଓବାୟସୀ କର୍ପୋରେସନ ପ୍ରଥମ ଥର ୨୦୧୨ରେ ସ୍ପେସ୍ ଲିଫ୍ଟ ଲାଗି ଏହାର ଯୋଜନା ବିଷୟରେ ଘୋଷଣା କରିଥିଲା ।

କମ୍ପାନୀ କହିଛି ଏହା ୨୦୨୫ରେ ୧୦୦ ବିଲିୟନ ଡଲାର ପରିଯୋଜନା ଉପରେ ନିର୍ମାଣ ଆରମ୍ଭ କରିବ ଓ ୨୦୫୦ ସୁଦ୍ଧା ଲିଫ୍ଟରେ ମହାକାଶ ପର୍ଯ୍ୟନ୍ତ ଅପରେସନ ଆରମ୍ଭ ହୋଇଯିବ ।

Get real time updates directly on you device, subscribe now.