fbpx

କେବଳ ଇଂରାଜୀ କି ହିନ୍ଦୀ ନୁହେଁ, ଏଣିକି ଆଞ୍ଚଳିକ ଭାଷାରେ ମିଳିବ Aadhaar Card

ନୂଆଦିଲ୍ଲୀ: ଆଧାର କାର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ହୋଇଥିବା ବେଳେ ଅଧିକାଂଶ କାର୍ଯ୍ୟରେ ଏହାର ଆବଶ୍ୟକତା ପଡ଼ିଥାଏ । ତେବେ ଏଣିକି ହସ୍ପିଟାଲମାନଙ୍କରେ ନବଜାତ ଶିଶୁଙ୍କ ଆଧାର କାର୍ଡ ପ୍ରସ୍ତୁତ କରାଯିବ । ବର୍ତ୍ତମାନ ହସ୍ପିଟାଲରେ ଏହି ସୁବିଧା ଉପଲବ୍ଧ ନଥିବା ବେଳେ ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ଏନେଇ ବିଚାର କରୁଥିବା ଜଣାପଡ଼ିଛି ।

ଜଣାପଡ଼ିଛି ଯେ, ଶିଶୁ ଜନ୍ମ ହେବା ପରେ ଏଣିକି ଆଧାର କାର୍ଡ ତିଆରି କରାଯିବ । ଏଥିପାଇଁ ୟୁଆଇଡିଏଆଇ ଓ ଜନ୍ମ ରେଜିଷ୍ଟ୍ରାର ମିଳିତ ଭାବେ ହସ୍ପିଟାଲଗୁଡ଼ିକରେ ଏହି ସେବା ଯୋଗାଇବେ । ହସ୍ପିଟାଲରେ ଏହି ସେବା ଆରମ୍ଭ ହେଲେ ଲୋକଙ୍କୁ ଏହା ବହୁମାତ୍ରାରେ ସହାୟତା କରିବ ଓ ଶିଶୁଙ୍କ କାର୍ଡ ବନାଇବା ସହଜ ହୋଇଯିବ । ଏନେଇ ୟୁଆଇଡିଏଆଇ ସିଇଓ କହିଛନ୍ତି ଯେ, ଦେଶରେ ଦୈନିକ ଅନେକ ଶିଶୁ ଜନ୍ମଗ୍ରହଣ କରୁଥିବା ବେଳେ ହସ୍ପିଟାଲରେ ସେମାନଙ୍କର ଫଟୋ ଉଠାଇ କାର୍ଡ ପ୍ରଦାନ କରାଯିବ । ଏହାଦ୍ୱାରା ସମୟର ସଦୁପଯୋଗ ହେବା ସହ ପିତାମାତାଙ୍କୁ ସୁବିଧା ମିଳିବ ।

ସାଧାରଣତଃ ୫ ବର୍ଷରୁ କମ୍ ବୟସର ପିଲାଙ୍କ ଆଧାର ପାଇଁ ବାୟୋମେଟ୍ରିକର ଆବଶ୍ୟକତା ପଡ଼ିନଥାଏ । ୫ ବର୍ଷରୁ ଅଧିକ ବୟସ ହେବା ପରେ ବାୟୋମେଟ୍ରିକ ବାଧ୍ୟତାମୂଳକ ହୋଇଥାଏ । ଏଣିକି ଆଞ୍ଚଳିକ ଭାଷାରେ ମଧ୍ୟ ଆଧାର ତିଆରି ହେବ । କାର୍ଡରେ ପୂର୍ବରୁ ହିନ୍ଦି ଓ ଇଂରାଜୀରେ ସୂଚନା ଦିଆଯାଇଥିଲେ ହେଁ ଏବେ ଅନ୍ୟ ଭାଷାର ବ୍ୟବହାର କରାଯିବ ବୋଲି ୟୁଆଇଡିଏଆଇ ସିଇଓ କହିଛନ୍ତି ।

Get real time updates directly on you device, subscribe now.