ଫ୍ଲାଇଟ୍ ଯାତ୍ରୀଙ୍କ ପାଇଁ ବଡ଼ ଖବର, ଏଣିକି ଟିକେଟ ବୁକ୍ କରିବା ପରେ ମୋବାଇଲକୁ ଆସିବ ଏହି ମେସେଜ

DGCA ର ନୂଆ ନିର୍ଦ୍ଦେଶ ମୁତାବକ ବର୍ତ୍ତମାନ ଫ୍ଲାଇଟର ଟିକେଟ ବୁକ କରିବାର ସଙ୍ଗେ ସଙ୍ଗେ ଯାତ୍ରୀଙ୍କୁ ଏହି ମେସେଜ ଯିବ

ନୂଆଦିଲ୍ଲୀ: ବିମାନ ଯାତ୍ରୀଙ୍କ ପାଇଁ ଏକ ବଡ଼ ଖବର । ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ସୋମବାର ସମସ୍ତ ବିମାନ ସେବା ଯାତ୍ରୀଙ୍କ ସହ ଜଡିତ କିଛି ନିର୍ଦ୍ଦେଶାବଳୀ ଜାରି କରିଛି ।

ଏହା ଅନୁଯାୟୀ, ବର୍ତ୍ତମାନେ ଆପଣ ଯେତେବେଳେ ବି ଫ୍ଲାଇଟ୍ ବୁକ୍ କରିବେ ଆପଣଙ୍କୁ ଏସଏମଏସ ବା ହ୍ୱାଟ୍ସଆପ ଜରିଆରେ ମେସେଜ ଯିବ । ଏଥିରେ ନିଜର ଅଧିକାର ଏବଂ ସୁବିଧାଗୁଡ଼ିକର ସମସ୍ତ ସୂଚନା ଦିଆଯିବ ।

ଏହି ନିଷ୍ପତ୍ତି ନେବାର କାରଣ: DGCAର ନିର୍ଦ୍ଦେଶ ମୁତାବକ, ସମସ୍ତ ଏୟାରଲାଇନ୍ସକୁ ଏହା ସ୍ପଷ୍ଟ କରିବାକୁ ପଡିବ ଯେ, ଟିକେଟ ବୁକିଂର ସଙ୍ଗେ ସଙ୍ଗେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ୱେସାଇଟରେ ଉପଲବ୍ଧ ଯାତ୍ରୀ ଚାର୍ଟରର ଅନଲାଇନ ଲିଙ୍କ ଏସଏମଏସ ନା ହ୍ୱାଟ୍ସଆପ ଜରିଆରେ ପଠାଇବାକୁ ପଡିବ ।

ଏହି ଲିଙ୍କରେ ଯାତ୍ରୀମାନଙ୍କର ଅଧିକାରଠାରୁ ଆରମ୍ଭ କରି ନିୟମ ଏବଂ ଅଭିଯୋଗ ସମାଧାନ ସମ୍ବନ୍ଧୀୟ ସମସ୍ତ ସୂଚନା ଉପଲବ୍ଧ ହେବ । ଡିଜିସିଏ ଆହୁରି କହିଛି ଯେ, ଯାତ୍ରୀମାନଙ୍କ ଅଧିକାର ସମ୍ବନ୍ଧୀୟ ସୂଚନାର ଦାବି ଏୟାରଲାଇନର ୱେବସାଇଟ ଏବଂ ଟିକେଟରେ ମଧ୍ୟ ଦିଆଯିବା ଉଚିତ ।

ଏଥିରେ ଫ୍ଲାଇଟ ଯାତ୍ରୀଙ୍କୁ ଫ୍ଲାଇଟ୍ ବିଳମ୍ବ ବା ବାତିଲ୍‌ର ପରିସ୍ଥିତିରେ ରିଫଣ୍ଡ ପାଇଁ କଣ କରିବାକୁ ପଡିବ, ବ୍ୟାଗେଜ ସହ ସମ୍ବନ୍ଧୀୟ ନିୟମର ସମସ୍ତ ସୂଚନା ରହିବ । ଏଥିରେ ବିମାନ ଯାତ୍ରୀ ନିଜର ସମସ୍ତ ସମସ୍ୟା ଦୂର କରିପାରିବେ ।