fbpx

ଏବେ ହ୍ୱାଟସଆପ୍ ଜରିଆରେ ବି କରିପାରିବେ ଭାକସିନ୍ ସ୍ଲଟ୍ ବୁକିଂ, ଜାଣନ୍ତୁ ପୂରା ପ୍ରକ୍ରିିୟା

ନୂଆଦିଲ୍ଲୀ: ମେସେଜିଂ ଆପ୍ ହ୍ୱାଟସଆପ୍ ଆଣିଲା ନୂଆ ଫିଚର୍ । ଯାହା ଦ୍ୱାରା ଆପଣ ମାନେ ସେଥିରେ କୋଭିଡ୍ ଟିକାକରଣ କେନ୍ଦ୍ରର ଠିକଣା ପାଇପାରିବେ ଏବଂ ସ୍ଲଟ୍ ବି ଖୁବ୍ ସହଜରେ ବୁକ୍ କରିପାରିବେ । ବର୍ତ୍ତମାନ ସରକାରଙ୍କ ଦ୍ୱାରା ତିଆରି କରାଯାଇଥିବା କୋ-ୱିନ୍ ପୋର୍ଟାଲରେ ଟିକା ପାଇଁ ସ୍ଲଟ୍ ବୁକ୍ କରାଯାଉଛି । ୧୮ ବର୍ଷରୁ ଅଧିକ ବୟସର ବ୍ୟକ୍ତିବିଶେଷ ମାନେ ଏଥିରେ ସ୍ଲଟ୍ ବୁକ୍ କରି ଟିକା ନେଉଛନ୍ତି ।

ସେହିପରି ଏବେ ହ୍ୱାଟସଆପ୍ ମାଧ୍ୟମରେ ବି ଆପଣ ମାନେ ଟିକାକରଣ କେନ୍ଦ୍ର ସମ୍ପର୍କରେ ଜାଣିପାରିବେ ଏବଂ ସ୍ଲଟ୍ ବି ବୁକ୍ କରିପାରିବେ । ହ୍ୱାଟସଆପ୍ ଦ୍ୱାରା ଦିଆଯାଇଥିବା ନୂଆ ଚାଟ୍ ବକ୍ସ ଫିଚର୍ ଜରିଆରେ ଭାକସିନ୍ ସେଣ୍ଟର୍ ବିଷୟରେ ଜାଣିପାରିବେ । ଗତ ବର୍ଷ ହ୍ୱାଟସଆପ୍ ଭାରତ ସରକାରଙ୍କ ସହିତ ମିଶି କରୋନା ହେଲ୍ପଡେସ୍କ ଆଣିଥିଲା, ବର୍ତ୍ତମାନ ଏଥିରେ ଏକ ନୂତନ ଫିଚର୍ ଯୋଡି ହୋଇଛି ।

ଏଥିରେ ୟୁଜର୍ସ ମାନେ ନିକଟସ୍ଥ ଟୀକାକରଣ କେନ୍ଦ୍ରକୁ ସହଜରେ ଖୋଜିବା ଏବଂ ଟିକା ସ୍ଲଟ୍ ବୁକ୍ କରିବା ପାଇଁ ସୁବିଧା ପାଇପାରିବେ । MYGovIndia ପକ୍ଷରୁ ସୁଚନା ଦିଆଯାଇଛି ଯେ, ହ୍ୱାଟସଆପ୍ ବର୍ତ୍ତମାନ ଲୋକଙ୍କୁ ଏକ ଚାଟ୍ ବକ୍ସ ମାଧ୍ୟମରେ ନିକଟତମ ଟିକାକରଣ କେନ୍ଦ୍ର ବିଷୟରେ ଜଣାଇବ ଏବଂ ଟିକା ସ୍ଲଟ୍ ବୁକ୍ କରିବାରେ ସାହାଯ୍ୟ କରିବ । ହ୍ୱାଟସଆପ୍ ରେ ସ୍ଲଟ୍ ବୁକ୍ କରିବା ସମ୍ପର୍କରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଟୁଇଟ୍ କରି ସୂଚନା ଦେଇଛନ୍ତି ।

 

କିପରି କରିବେ ହ୍ୱାଟସଆପ୍ ରେ ସ୍ଲଟ୍ ବୁକିଂ

ପ୍ରଥମେ MYGovIndia Corona ହେଲପ୍ ଡେସ୍କ ଚାଟ୍ ବକ୍ସ ନମ୍ବର ୯୦୧୩୧୫୧୫୧୫ କୁ ସେଭ୍ କରିନିଅନ୍ତୁ । ଏହାପରେ ହ୍ୱାଟସଆପ୍ ରେ ଏହି ନମ୍ବରକୁ ଏକ ହାଏ(Hi)’ ମେସେଜ୍ କରନ୍ତୁ । ଏହାପରେ ଏକ ଅଟୋମେଟେଡ୍ ମେସେଜ୍ ମିଳିବ । ସେଥିରେ ଥିବା ସୂଚନା ମୁତାବକ, ଆପଣଙ୍କ ଏରିୟାର ପିନ୍ କୋଡ୍ ଦେବାକୁ ହେବ ।

ଏହାପରେ ବୁକ୍ ସ୍ଲଟ୍ ଲେଖି MYGovIndia Corona  ହେଲପ୍ ଡେସ୍କକୁ ପଠାଇ ଦିଅନ୍ତୁ ।

ଏହାପରେ ଓଟିପି ଭେରିଫାଇ କରନ୍ତୁ ଏବଂ ନିକଟସ୍ଥ ଟିକାକରଣ କେନ୍ଦ୍ରରେ ସ୍ଲଟ୍ ବୁକ୍ କରନ୍ତୁ । ଏହାର ଉତ୍ତର ଚାଟ୍ ବକ୍ସ ଜରିଆରେ ହିଁ ପାଇଯିବେ ।

 

Get real time updates directly on you device, subscribe now.