fbpx

ଚନ୍ଦ୍ରଯାନ ୩ ପରେ ଏବେ ଚନ୍ଦ୍ରଯାନ ୪ ପାଇଁ ପ୍ରସ୍ତୁତ ହେଲେଣି ଭାରତ ଓ ଜାପାନ, କେବେ ଲଞ୍ଚ ହେବ ଜାଣି ନିଅନ୍ତୁ

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ ୩ର ସଫଳ ଅବତରଣ ଇତିହାସର ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିବ । ଚନ୍ଦ୍ରଯାନ ୩ର ସଫଳତା ପରେ ଏବେ ସମସ୍ତଙ୍କ ନଜର ଆଗାମୀ ପର୍ଯ୍ୟାୟ ଅର୍ଥାତ୍ ଚନ୍ଦ୍ରଯାନ ୪ ଉପରେ । ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ ଇସ୍ରୋ ଓ ଜାପାନର ଏରୋସ୍ପେସ୍ ଏକ୍ସପ୍ଲୋରେସନ ଏଜେନ୍ସୀ (ଜେଏକ୍ସଏ) ମିଳିତ ଭାବରେ ଲୁପେକ୍ସକୁ ଲଞ୍ଚ କରିବା ଲାଗି ଯୋଜନା ପ୍ରସ୍ତୁତ କଲେଣି । ଏହାକୁ ଚନ୍ଦ୍ରଯାନ ୪ ମଧ୍ୟ କୁହାଯିବ । ଚନ୍ଦ୍ରଯାନ ୪ ଚନ୍ଦ୍ରପୃଷ୍ଠରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ଖୋଜି ବାହାର କରିବ । ଚନ୍ଦ୍ରପୃଷ୍ଠରେ ପାଣିର ସନ୍ଧାନ କରିବ ଚନ୍ଦ୍ରଯାନ ୪ ।

ତେବେ ବର୍ଷ ବର୍ଷ ଧରି ଚନ୍ଦ୍ର ଉପରେ ହୋଇଥିବା ରିସର୍ଚ୍ଚରୁ ଏଠାରେ ପାଣି ଥିବା ନେଇ ଅନୁମାନ କରାଯାଇଛି । ଚନ୍ଦ୍ରପୃଷ୍ଠରେ ପାଣି ଥିବାର ପ୍ରମାଣ ମିଳିଗଲେ ଭବିଷ୍ୟତରେ ଏହା ମହାକାଶ ଅନୁସନ୍ଧାନ ଉପରେ ଗଭୀର ପ୍ରଭାବ ପକାଇବ । ପାଣିର ଉପସ୍ଥିତି ନେଇ ଚନ୍ଦ୍ରର ଉଭୟ ମେରୁ କ୍ଷେତ୍ରରେ ଯାଞ୍ଚ କରିବ ଲୁପେକ୍ସ । ମିଶନର ଲକ୍ଷ୍ୟ ପ୍ରଥମେ ଚନ୍ଦ୍ରପୃଷ୍ଠରେ ଜଳର ସନ୍ଧାନ କରିବା ଓ ଦ୍ୱିତୀୟ ଗୁଣବତ୍ତାର ନିର୍ଦ୍ଧାରଣ କରିବା । ଚନ୍ଦ୍ରଯାନ ୩ ବା ଲୁପେକ୍ସକୁ ଆବଶ୍ୟକୀୟ ଜ୍ଞାନକୌଶଳ ଆଧାରରେ ନିର୍ମାଣ କରାଯିବ । ଭାରତ-ଜାପାନ ମିଳିତ ଭାବରେ ଚନ୍ଦ୍ର ସହ ଜଡିତ ବିଭିନ୍ନ ପ୍ରଶ୍ନର ଉତ୍ତର ଖୋଜିବା ଦିଗରେ ମିଳିତ ଉଦ୍ୟମ କରିବେ । ଏହି ଚନ୍ଦ୍ରଯାନ ୪ ମିଶନ ୨୦୨୬ ସୁଦ୍ଧା ଲଞ୍ଚ ହେବ ।

Get real time updates directly on you device, subscribe now.