fbpx

ଏବେ ନିଜ ଇଚ୍ଛାରେ ଗ୍ୟାସ୍ ଭରି ପାରିବେ ଗ୍ରାହକ ! ମୋଦୀ ସରକାର ଆରମ୍ଭ କଲେ ନୂଆ ସୁବିଧା

Advertisement

ନୂଆଦିଲ୍ଲୀ: ମୋଦୀ ସରକାର ଏଲପିଜି ସିଲିଣ୍ଡର ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ଏକ ଆଶ୍ୱସ୍ତିକର ଯୋଜନା ଆଣିଛନ୍ତି । ବର୍ତ୍ତମାନ ଗ୍ରାହକମାନେ ନିଜ ଇଚ୍ଛା ଅନୁସାରେ, ବିତରକ ବାଛି ପାରିବେ । ଏହାର ଅର୍ଥ ହେଉଛି ବର୍ତ୍ତମାନ ଗ୍ରାହକମାନେ କେଉଁ ବିତରକଙ୍କଠାରୁ ଗ୍ୟାସ୍ ସିଲିଣ୍ଡର ଆଣିବେ ତାହା ସେମାନେ ନିଜେ ସ୍ଥିର କରିପାରିବେ । ଏବେ ଗ୍ରାହକଙ୍କୁ କୌଣସି ଏକ ନିର୍ଦ୍ଦିଷ୍ଟ ବିତରକଙ୍କଠାରୁ ଗ୍ୟାସ ସିଲିଣ୍ଡର ଆଣିବାକୁ ପଡ଼ୁଛି ।

ବାସ୍ତବରେ, ଲୋକସଭାର କିଛି ସାଂସଦ ପ୍ରଶ୍ନ କରିଥିଲେ ଯେ, କଣ ଏଲପିଜି ଗ୍ରାହକ ନିଜେ ସ୍ଥିର କରିପାରିବେ କି ସେମାନେ କେଉଁ ବିତରକଙ୍କ ଠାରୁ ରିଫିଲ୍ କରାଇବେ ? ଏହି ପ୍ରଶ୍ନର ଜବାବ ରଖିବାକୁ ଯାଇ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ରାଜ୍ୟ ମନ୍ତ୍ରୀ ରମେଶ୍ୱର ତେଲି ଏହି ନୁତନ ତଥ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ସେ କହିଥିଲେ ଯେ, ଏଲପ୍ରିଜି ଗ୍ରାହକଙ୍କୁ ତାଙ୍କ ପସନ୍ଦର ବିତରକଙ୍କ ଠାରୁ ରିଫିଲ୍ କରିବାର ବିକଳ୍ପ ପ୍ରଦାନ କରାଯାଇଛି । ଏବେ ଉପଭୋକ୍ତା ନିଜ ହିସାବରେ ରିଫିଲ୍ ବୁକ୍ କରି ବିତରକ ଚୟନ କରିପାରିବେ ।

ସେ ଏହାର ପୂରା ପ୍ରକିୟା ସମ୍ପର୍କରେ ସୂଚନା ଦେଇଥିଲେ । ଲିଖିତ ଜବାବରେ ସେ କହିଛନ୍ତି ଯେ, ରେଜିଷ୍ଟର୍ଡ ନମ୍ବରରୁ ଲଗ୍ ଇନ୍ କରି ମୋବାଇଲ୍ ଆପ୍ କିମ୍ବା ଓଏମସି ୱ୍ରେବ୍ ପୋର୍ଟାଲ ଜରିଆରେ ବିତରକ ଚୟନ କରିପାରିବେ । ଏହା ସହିତ ଗ୍ରାହକ ସିଲିଣ୍ଡର ଡେଲିଭେରୀ କରୁଥିବା ବିତରକଙ୍କ ରେଟିଂ ବି ଦେଖି ପାରିବେ । ଯଦ୍ୱାରା ଆପଣ ସିଲିଣ୍ଡର ବିତରକଙ୍କ ସେବା କେତେଭଲ ତାହା ଜାଣିପାରିବେ । ବର୍ତ୍ତମାନ ଏହା ଦେଶର କିଛି ସହରରେ ଲାଗୁ କରାଯାଇଛି । ଧୀରେ ଧୀରେ ପୂରା ଦେଶରେ ଏହି ନିୟମ ଲାଗୁ କରାଯିବ ।

Get real time updates directly on you device, subscribe now.