fbpx

କିଷାନଙ୍କ ପାଇଁ ଆସୁଛି ୧୫ ଲକ୍ଷ ଟଙ୍କିଆ FPO Yajana, ଜାଣନ୍ତୁ କ’ଣ ରହିଛି ଏହାର ନିୟମାବଳୀ

Advertisement

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ତରଫରୁ କୃଷକଙ୍କ ପାଇଁ ଏକ ଖୁସି ଖବର ଆସିଛି । ସରକାର କୃଷକଙ୍କର ଆୟକୁ ଦୁଇଗୁଣ କରିବା ନେଇ ଏକ ନୂଆ ଯୋଜନାର ଶୁଭାରମ୍ଭ କରିବାକୁ ଯାଉଛନ୍ତି । ନୂଆ କୃଷି ବିଲ ଲାଗୁ ହେବା ପରେ ସରକାର କୃଷିକୁ ଏକ ବିଜିନେସର ରୂପ ନେବା ପାଇଁ ଯାଉଛନ୍ତି । ଏହି ଯୋଜନା ମାଧ୍ୟମରେ ସରକାର ୧୫ ଲକ୍ଷ ଟଙ୍କା ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଥିବା ବେଳେ କୃଷକଙ୍କ ପାଇଁ ଏକ ବଡ଼ ଉପହାର ସଦୃଶ ହେବ ବୋଲି କୁହାଯାଇଛି ।

କୃଷକଙ୍କ ପାଇଁ ସରକାର ପିଏମ କିଷାନ ଏଫପିଓ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ଫାର୍ମର୍ସ ପ୍ରଡ୍ୟୁସର୍ସ ଅର୍ଗାନାଇଜେସନକୁ ୧୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଏହି ସ୍କିମର ଫାଇଦା ନେବା ପାଇଁ ୧୧ କୃଷକଙ୍କୁ ମିଶିକରି ଏକ ସଂଗଠନ ବା କମ୍ପାନୀ ତିଆରି କରିବାକୁ ପଡ଼ିବ। ଫଳରେ ଏହି ଯୋଜନା ମାଧ୍ୟମରେ କୃଷକଙ୍କୁ କୃଷି ସମ୍ବନ୍ଧିତ ସମସ୍ତ ଉପକରଣ, ଫର୍ଟିଲାଇଜର୍ସ, ବୀଜ, ମେଡିସିନ ଆଦି କିଣିବା ବହୁତ ସହଜ ହୋଇପାରିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.