fbpx

ଏବେ ଛୋଟ ପିଲା ପିନ୍ଧିବେ ହେଲମେଟ, ମୋଟର ଯାନ ଆଇନ ସଂଶୋଧନ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଏଣିକି ୪ ବର୍ଷରୁ କମ୍ ବୟସର ପିଲାମାନେ ହେଲମେଟ ପିନ୍ଧିବା ହୋଇଯିବ ବାଧ୍ୟତାମୂଳକ । ନିକଟରେ କେନ୍ଦ୍ର ସରକାର ମୋଟର ଯାନ ଆଇନରେ କେତେକ ସଂଶୋଧନ କରିଛନ୍ତି । ଯେଉଁ ମୋଟରସାଇକେଲ ବା ସ୍କୁଟରରେ ୪ ବର୍ଷରୁ କମ୍ ବୟସର ପିଲା ବସିଥିବେ, ତା’ର ବେଗ ଘଣ୍ଟା ପ୍ରତି ୪୦ କିମିରୁ ଅଧିକ ହେବ ନାହିଁ । ଛୋଟ ପିଲାଙ୍କ ଅତିରିକ୍ତ ନିରାପତ୍ତା ପାଇଁ ସେମାନଙ୍କୁ ଚାଳକଙ୍କ ସହ ଲାଗି କରି ବସିବା ପାଇଁ ଆବଶ୍ୟକ ସୁରକ୍ଷା ଉପକରଣ ବ୍ୟବହାର କରାଯିବ । ଏ ବାବଦରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଏକ ନୂଆ ବିଜ୍ଞପ୍ତି ପ୍ରକାଶ ପାଇଛି ।

ବିଜ୍ଞପ୍ତିରେ କୁହାଯାଇଛି ଯେ, ଏହି ସଂଶୋଧିତ ନିୟମ ତୁରନ୍ତ କାର୍ଯ୍ୟକାରୀ ହେବ ନାହିଁ । ଏହା ଏକ ବର୍ଷ ପରେ ଲାଗୁ ହେବ । ଏହି ନିୟମ ବାଧ୍ୟତାମୂଳକ କରିବା ପୂର୍ବରୁ ଜନସାଧାରଣଙ୍କୁ ସଚେତନ କରାଯିବ । କମ୍ ବୟସର ପିଲାଙ୍କ ପାଇଁ ୧୯୮୯ର ନିୟମ ୧୩୮କୁ ସଂଶୋଧନ କରି ନିରାପତ୍ତା ନିୟମାବଳୀ ଧାର୍ଯ୍ୟ କରାଯାଇଛି ।

Get real time updates directly on you device, subscribe now.