fbpx

ଏବେ LPG କନେକ୍ସନ୍ ନେବା ହେଲା ଆହୁରୀ ସହଜ, ଏହି ନମ୍ବରରେ କରନ୍ତୁ ମିସ୍ଡ କଲ୍; ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ: ଏବେ ଆପଣଙ୍କୁ ରୋଷେଇ ଘରେ ଗ୍ୟାସ କନେକ୍ସନ୍ କରିବାକୁ ଡ୍ରିଷ୍ଟ୍ରିବ୍ୟୁଟର୍ସଙ୍କ ଅଫିସ୍ ରେ ଚକର କାଟିବାକୁ ପଡ଼ିବ ନାହିଁ । ଯଦି ଆପଣ ଏଲପିଜି କନେକ୍ସନ୍ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ କେବଳ ଗୋଟିଏ ନମ୍ବରରେ କଲ୍ କରିବାକୁ ପଡ଼ିବ । ଏହାପରେ ଆପଣଙ୍କୁ ଖୁବ୍ ସହଜରେ ଗ୍ୟାସ କନେକ୍ସନ୍ ମିଳିପାରିବ । ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍(ଆଇଓସିଏଲ୍) ପକ୍ଷରୁ ଟୁଇଟ୍ କରି କୁହାଯାଇଛି ଯେ, ଯେକୌଣସି ବ୍ୟକ୍ତି ଯଦି ୮୪୫୪୯୫୫୫୫୫କୁ ମିସ୍ଡ କଲ୍ କରେ ତେବେ କମ୍ପାନୀ ପକ୍ଷରୁ କଲ୍ କରାଯିବ । ଏହାପରେ ଠିକଣା ଓ ଆଧାର ପ୍ରମାଣ ଜରିଆରେ ଆପଣଙ୍କ ଘରକୁ ଗ୍ୟାସ କନେକ୍ସନ୍ ମିଳିଯିବ ।

ଆଇଓସିଏଲ୍ ପକ୍ଷରୁ କୁହାଯାଇଛି ଯେ, ଏହି ନମ୍ବରରେ ଜରିଆରେ ଗ୍ୟାସ ରିଫିଲ୍ ବି କରାଯାଇପାରିବ । ଏଥିପାଇଁ ଆପଣଙ୍କୁ ରେଜିଷ୍ଟର୍ଡ ନମ୍ବରରୁ କଲ୍ କରିବାକୁ ହେବ । ଏହାସହିତ ଆପଣଙ୍କ ପରିବାରରେ କାହାର ଯଦି କୌଣସି କମ୍ପାନୀର ଗ୍ୟାସ କନେକ୍ସନ୍ ରହିଛି ତେବେ ସେହି ଠିକଣାରେ ଗ୍ୟାସ କନେକ୍ସନ୍ ମିଳିପାରିବ । ଏଥିପାଇଁ ଆପଣଙ୍କୁ ପୁରୁଣା ଗ୍ୟାସ କନେକ୍ସନ୍ ସହ ଜଡ଼ିତ ଦସ୍ତାବିଜ୍ କୁ ଦେଖାଇ ନିଜର ଠିକଣା ଭେରିଫାଇ କରିବାକୁ ହେବ । ଏହାପରେ ଆପଣଙ୍କୁ ବି ଗ୍ୟାସ କନେକ୍ସନ୍ ମିଳିପାରିବ ।

ଆଇଓସିଏଲ୍ ର ଚ୍ୟାୟାରମେନ୍ ଗତ ମାସରେ ଏହି ସୁବିଧାର ଆରମ୍ଭ କରିଛନ୍ତି । ସେ କହିଛନ୍ତି ଯେ, ଦେଶର ଯେକୌଣସି କୋଣରେ ଥିଲେ ବି ଏହି ସୁବିଧାର ଲାଭ ଉଠାଇପାରିବେ । ତେବେ ୨୦୨୧ ଜାନୁଆରୀ ମାସରେ ମିସଡ୍ କଲରେ ଗ୍ୟାସ କନେକ୍ସନ୍ ସୁବିଧାର ଆରମ୍ଭ କରାଯାଇଥିଲା । କିନ୍ତୁ ସେତେବେଳେ ଏହାକୁ ମାତ୍ର କିଛି ବଛା ବଛା ସହରରେ ଆରମ୍ଭ କରାଯାଇଥିଲା । କିନ୍ତୁ ଏବେ ଏହାକୁ ପୂରା ଦେଶରେ ଆରମ୍ଭ କରିଦିଆଯାଇଛି । ଆପଣ ଯେକୌଣସି କୋଣରେ ଥିଲେ ବି ଏହି ନମ୍ବରରେ କଲ୍ କଲେ ଏଲପିଜି ଗ୍ୟାସ କନେକ୍ସନ ପାଈପାରିବେ ।

 

Get real time updates directly on you device, subscribe now.