fbpx

ବର୍ତ୍ତମାନ ୨୦୧୪ ମସିହାର ଦରରେ ମିଳିବ LPG : ଆସନ୍ତୁ ଜାଣିବା କେତେ ଦରରେ ଦିଆଯିବ ସିଲିଣ୍ଡର

Advertisement

ନୂଆଦିଲ୍ଲୀ : ବର୍ତ୍ତମାନ ବିନା ସବସିଡିର ଘରୋଇ ଗ୍ୟାସ ୨୦୧୪ରେ ଥିବା ଦରରେ ମିଳିବ । ଇଣ୍ଡିୟାନ ଅଏଲ ଅନୁସାରେ ସେପ୍ଟେମ୍ବର ୧ ୨୦୧୪ରେ ଘରୋଇ ଗ୍ୟାସ ସିଲିଣ୍ଡରର ଦର ଦିଲ୍ଲୀରେ ୯୦୧ ଟଙ୍କା, କୋଲକାତାରେ ୯୪୫ ଟଙ୍କା, ମୁମ୍ବାଇରେ ୯୨୬.୫ ଟଙ୍କା ଏବଂ ଚେନ୍ନାଇରେ ଏହାର ଦର ୯୦୨.୫୦ ଟଙ୍କା ଥିଲା । ତାହାର ଦାମ ଏବେ ସେପ୍ଟେମ୍ବର ୨୦୨୩ ଅର୍ଥାତ ୯ ବର୍ଷ ପରେ ମଧ୍ୟ ଦିଲ୍ଲୀରେ ୯୦୩ ଟଙ୍କା, କୋଲକାତାରେ ୯୨୯ ଟଙ୍କା, ମୁମ୍ବାଇରେ ୯୦୨.୫୦ ଟଙ୍କା ଏବଂ ଚେନ୍ନାଇରେ ୯୧୮.୫୦ ଟଙ୍କା ରହିଛି ।

ବାସ୍ତବରେ ସରକାର ଏବେ ଘରୋଇ ସିଲିଣ୍ଡରର ମୂଲ୍ୟରେ ଏକ ବୃହତ ହ୍ରାସ ଘୋଷଣା କରିଛନ୍ତି ଏବଂ ଅଗଷ୍ଟ ୩୦ରୁ ଏଲପିଜି ସିଲିଣ୍ଡର ୨୦୦ ଟଙ୍କା ଶସ୍ତା ହୋଇଛି । କେବଳ ଏହା ହିଁ ନୁହେଁ ସରକାର ଉଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ୨୦୦ ଟଙ୍କାର ସବସିଡି ମଧ୍ୟ ଦେଇଛନ୍ତି । ଅର୍ଥାତ ସେମାନଙ୍କ ପାଇଁ ସିଲିଣ୍ଡର ୪୦୦ ଟଙ୍କା ଶସ୍ତା ହୋଇଛି । ଏହା ପରେ ସେପ୍ଟେମ୍ବର ୧ରୁ ବ୍ୟବସାୟୀକ ଗ୍ୟାସ ସିଲିଣ୍ଡରର ଦାମରେ ମଧ୍ୟ ୧୫୮ ଟଙ୍କା ହ୍ରାସ ପାଇଛି । ଏହାର ଦର ଗତ ମାସରେ ମଧ୍ୟ ୯୯.୭୫ ଟଙ୍କା କମ ହୋଇଥିଲା ।

ଏଲପିଜି ଦର ୨୦୧୪ ଏବଂ ୨୦୨୩ର

ସହର          ୨୦୧୪ର ଦର       ୨୦୨୩ର ଦର
ଦିଲ୍ଲୀ               ୯୦୧                   ୯୦୩
କୋଲକାତା      ୯୪୫                   ୯୨୯
ମୁମ୍ବାଇ            ୯୨୬.୫               ୯୦୨.୫୦
ଚେନ୍ନାଇ          ୯୦୨.୫୦            ୯୧୮.୫୦

Get real time updates directly on you device, subscribe now.