fbpx

ଏବେ ସ୍ମାର୍ଟଫୋନ୍ ବି ତିଆରି କରିବ ଟାଟା, ଚୀନ୍‌ର ଏହି ବଡ କମ୍ପାନୀକୁ କିଣିବାକୁ ଚାଲିଛି ପ୍ରସ୍ତୁତି

ନୂଆଦିଲ୍ଲୀ: ଛୁଞ୍ଚି ଠାରୁ ଉଡାଜାହାଜ ପର୍ଯ୍ୟନ୍ତ ନିର୍ମାଣ କରୁଥିବା ଦେଶର ସବୁଠାରୁ ନିର୍ଭରଯୋଗ୍ୟ କମ୍ପାନୀ ଟାଟା ଏବେ ମୋବାଇଲ୍ ନିର୍ମାଣ କରିବାକୁ ଯାଉଛି । ତେବେ ଏକ ଦଶକ ପୂର୍ବେ ଟାଟା ଗ୍ରୁପ୍ ମୋବାଇଲ୍ ନେଟୱାର୍କ ଓ ହ୍ୟାଣ୍ଡସେଟ୍ ଉଭୟ ନିର୍ମାଣ କରୁଥିଲା । ଏବେ କମ୍ପାନୀ ସ୍ମାର୍ଟଫୋନ୍ ବିଜନେସ୍ ଆଡକୁ ଅଗ୍ରସର ହେଉଛି । ଏହି କ୍ରମରେ ଟାଟା ଏବେ ଏକ ବଡ ଚାଇନିଜ୍ କମ୍ପାନୀକୁ କିଣିବା ନେଇ କଥାବାର୍ତ୍ତା ଚାଲିଛି । ଏହି କଥାବାର୍ତ୍ତା ସରିବା ପରେ ଚୀନ୍‌ର ଏହି କମ୍ପାନୀରେ ୫୧% ଭାଗିଦାରୀ ଟାଟାର ରହିବ । ଏହାର ଅର୍ଥ ଏହାର ନିୟନ୍ତ୍ରଣ ଦେଶୀ କମ୍ପାନୀ ହାତକୁ ଆସିଯିବ ।

ଭାରତ ସରକାର ଚୀନର ବିଭିନ୍ନ କମ୍ପାନୀର କଡା ଯାଞ୍ଚ ଆରମ୍ଭ କରିଦେଇଛନ୍ତି । ଏହି ତାଲିକାରେ ଚୀନ୍‌ର ଲୋକପ୍ରିୟ ସ୍ମାର୍ଟଫୋନ୍ ବ୍ରାଣ୍ଡ ଭିଭୋ (VIVO)ଏହାର ବଡ ଅଂଶ ଭାରତୀୟ କମ୍ପାନୀକୁ ବିକ୍ରୀ କରିବା ଲାଗି ଯୋଜନା କରିଛି ଓ ଏହାକୁ ନେଇ ଟାଟା ଗ୍ରୁପ୍ ସହ କଥାବାର୍ତ୍ତା ଚାଲିଛି । ଭିଭୋ ଭାରତୀୟ କମ୍ପାନୀ ସହ ମିଶି ଫୋନ୍‌ର ନିର୍ମାଣ ଓ ବଣ୍ଟନ କରିବାକୁ ଯୋଜନା କରିଛି ।

Get real time updates directly on you device, subscribe now.