fbpx

ଏବର୍ଷ ରିଲିଜ୍ ହେବନି ପ୍ରଭାସଙ୍କର ‘ଆଦିପୁରୁଷ’, ଜାଣନ୍ତୁ କେବେ ହେବ

ନୂଆଦିଲ୍ଲୀ: କୋଭିଡ୍ ଯୋଗୁଁ ଅନେକ ଫିଲ୍ମ ରିଲିଜ୍ ହୋଇପାରିନଥିଲା । ହେଲେ ଏବେ ମାମଲା ହ୍ରାସ ପରେ ସେସବୁ ଫିଲ୍ମ ରିଲିଜ୍ ହେବାରେ ଲାଗିଛି । ଅନେକ ଫିଲ୍ମର ରିଲିଜ୍ ଡେଟ୍ ବି ଘୋଷଣା କରାଯାଇଛି । ଏହି କ୍ରମରେ ସାଉଥ୍ ଷ୍ଟାର୍ ପ୍ରଭାସଙ୍କ ଫିଲ୍ମ ଆଦିପୁରୁଷର ରିଲିଜ୍ ଡେଟ୍ ବି ଘୋଷଣା କରାଯାଇଛି । କୋଭିଡ୍ କେସ୍ କମିବା ପରେ “ଆଦିପୁରୁଷ”ର ରିଲିଜ୍ ତାରିଖ ଘୋଷଣା କରିଛନ୍ତି ମେକର୍ସ । ଏହି ଫିଲ୍ମରେ ଅଭିନେତା ପ୍ରଭାସଙ୍କ ବ୍ୟତୀତ ବଲିଉଡ୍ ଅଭିନେତ୍ରୀ କ୍ରୀତି ସାନନ୍ ମଧ୍ୟ ନଜର ଆସିବାକୁ ଯାଉଛନ୍ତି ।

କୃତି ସାନନ୍ ନିଜର ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଆଦିପୁରୁଷର ଏକ ପୋଷ୍ଟର୍ ସେୟାର୍ କରି ସୂଚନା ଦେଇଛନ୍ତି । ଫିଲ୍ମଟି ଆସନ୍ତାବର୍ଷ ଜାନୁଆରୀ ମାସ ୧୨ ତାରିଖରେ ୱର୍ଲ୍ଡ ୱାଇଡ୍ ରିଲିଜ୍ କରାଯିବ । ପୋଷ୍ଟର୍ ସେୟାର୍ କରି କୃତି ଲେଖିଛନ୍ତି ଯେ, ୨୦୨୩ ଜାନୁଆରୀ ୧୨ ତାରିଖ ଦିନ ୩ଡି ରେ ୱର୍ଲ୍ଡ ୱାଇଡ୍ ସିନେମାହଲ୍ ରେ ରିଲିଜ୍ ହେବ “ଆଦିପୁରୁଷ” ।

 

View this post on Instagram

 

A post shared by Kriti (@kritisanon)

“ଆଦିପୁରୁଷ” ର କାହାଣୀ କଥା ଯଦି କହିବା ତାହେଲେ ଏହି ଫିଲ୍ମ ହିନ୍ଦୁ ମହାକାବ୍ୟ ରାମାୟଣ ଉପରେ ଆଧାରିତ । ଏହି ଫିଲ୍ମକୁ ଅନେକ ଭାଷାରେ ରିଲିଜ୍ କରାଯିବ । ଫିଲ୍ମରେ ସାଉଥ୍ ସୁପରଷ୍ଟାର୍ ପ୍ରଭାସ ଭଗବାନ ଶ୍ରୀ ରାମଙ୍କ ଭୂମିକାରେ ନଜର ଆସିବେ ଓ ସୈଫଅଲ୍ଲୀ ଖାନ୍ ଲଙ୍କାପତି ନରେଶ ରାବଣ ଭୂମିକାରେ ଦେଖିବାକୁ ମିଳିବେ । ଫିଲ୍ମ ଆଦିପୁରୁଷରେ ଅଭିନେତ୍ରୀ କୃତି ସାନନ୍ ପ୍ରଥମ ଥର ପାଇଁ ପୌରାଣିକ ଫିଲ୍ମରେ ଅଭିନୟ କରିଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଓମ୍ ରାଉତ୍ ।

Get real time updates directly on you device, subscribe now.