fbpx

ଏବେ ଅସଲି କାମ ଆରମ୍ଭ… ଲାଣ୍ଡରରୁ ଅଲଗା ହେଲା ରୋଭର ‘ପ୍ରଜ୍ଞାନ’: ଇସ୍ରୋର ନୂଆ ଟ୍ୱିଟ

ନୂଆଦିଲ୍ଲୀ: ଚନ୍ଦ୍ର ରାଇଜରେ ଭାରତର ଚନ୍ଦଅଯାନ-୩ ଅବତରଣ କରି ଇତିହାସ ରଚିଛି । ବର୍ତ୍ତମାନ ସମସ୍ତଙ୍କ ନଜର ଏହି ଚନ୍ଦ୍ରଯାନ-୩ ଉପରେ ରହିଛି । ଚନ୍ଦ୍ରପୃଷ୍ଠରେ ଲାଣ୍ଡିଂ କରିବା ପରେ ଏବେ ଲାଣ୍ଡର ବିକ୍ରମଠାରୁ ଅଲଗା ହୋଇଯାଇଛି ରୋଭର ‘ପ୍ରଜ୍ଞାନ’ । ଏବେ ଚନ୍ଦ୍ର ଉପରେ ଚାଲି ଚାଲି ‘ପ୍ରଜ୍ଞାନ’ ନିଜ କାମ ଆରମ୍ଭ କରିଦେଇଛି । ଏ ନେଇ ଇସ୍ରୋ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । ଲାଣ୍ଡର ବିକ୍ରମ ସଫଳ ହେବା ପରେ ‘ପ୍ରଜ୍ଞାନ ମଧ୍ୟ ନିଜ ଲକ୍ଷ୍ୟରେ ସପଳତା ହାସଲ କରିବ ବୋଲି ଆଶା ବାନ୍ଧି ବସି ରହିଛି ସାରା ପୃଥିବୀ ।

Pragyan Rover

ମିଶନ୍ ଚନ୍ଦ୍ରଯାନ-୩ର ଅଧା କାର୍ଯ୍ୟ ସଫଳ କରି ସାରିଛି ଲାଣ୍ଡର ବିକ୍ରମ । ବର୍ତ୍ତମାନ ଚନ୍ଦ୍ରପୃଷ୍ଠରେ ରୋଭରରୁ ‘ପ୍ରଜ୍ଞାନ’ ଅଲଗା ହୋଇ ଜହ୍ନ ରାଇଜରେ ଘୁରି ବୁଲୁଛି । ଏହାସହିତ ଚନ୍ଦ୍ରର ବିଭିନ୍ନ ତଥ୍ୟ ହାସଲ କରିବା ସହ ସେଠାରେ ପାଣି ଖୋଜିବା କାମ ମଧ୍ୟ ଆରମ୍ଭ କରି ଦେଇଛି । ତେବେ ଏହି ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ‘ପ୍ରଜ୍ଞାନ’କୁ ଚନ୍ଦ୍ରପୃଷ୍ଠରେ ଅବତରଣ କରାଇଛି ଭାରତ ଏବଂ ଇସ୍ରୋ । ଯେଉଁଥିରେ ଖୁବଶୀଘ୍ର ସଫଳତା ହାସଲ ହୋଇପାରିବ ବୋଲି ଆଶା କରାଯାଉଛି ।

ତେବେ ରୋଭରରୁ ପ୍ରଜ୍ଞାନ ଅଲଗା ହେବା ନେଇ ଇସ୍ରୋ ପକ୍ଷରୁ ଟ୍ୱିଟ କରି ଏକ ସୂଚନା ଦିଆଯାଇଛି । ଇସ୍ରୋ କହିଛି ଯେ, ଚନ୍ଦ୍ରଯାନ-୩ ରୋଭର ମେସେଜ ଦେଇଛି ଯେ, କେଡ୍ ଇନ୍ ଇଣ୍ଡିଆ, ମେଡ ଫର୍ ଦ ମୁନ୍ । ଚନ୍ଦ୍ରଯାନ-୩ର ରୋଭର ଲାଣ୍ଡରରୁ ବାହାରିବା ପରେ ଭାରତ ଏବେ ଚନ୍ଦ୍ରପୃଷ୍ଠରେ ଘୁରି ବୁଲୁଛି । ଖୁବଶୀଘ୍ର ଅଧିକ ଅପଡେଟ ଦିଆଯିବ ବୋଲି ଲେଖି ଏକ୍ସ ‘ଟ୍ୱିଟର’ ପୋଷ୍ଟ କରିଛି ଇସ୍ରୋ ।

Get real time updates directly on you device, subscribe now.