ଏବେ ହେବ ଅସଲି ମଜା… ୩୮ ଟିମ୍, ୧୩୫ ମ୍ୟାଚ୍, ଏହି ଟୁର୍ଣ୍ଣାମେଣ୍ଟରେ ଏକାଠି ହେବେ ଶ୍ରେୟସ-ସୂର୍ଯ୍ୟକୁମାର

ନୂଆଦିଲ୍ଲୀ: ଶନିବାରରୁ ଆରମ୍ଭ ହେବାକୁ ଯାଉଛି ଆଉ ଏକ ଦମଦାର ଘରୋଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବିଜୟ ହଜାରେ ଟ୍ରଫି । ଚଳିତବର୍ଷ ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୩୮ ଟିମ ସାମିଲ ହେଉଥିବା ବେଳେ ଏଥିରେ ମୋଟ ୧୩୫ଟି ମ୍ୟାଚ୍ ଖେଳାଯିବ । ତେବେ ଏହି ଟୁର୍ଣ୍ଣାମେଣ୍ଟରେ ପୁଣିତରେ ଏକାଠି ମିଦାନକୁ ଫେରିବେ ଚମ୍ପିଆନ୍ ଅଧିନାୟକ ଶ୍ରେୟସ ଆୟର । ତାଙ୍କ ସହିତ ଷ୍ଟାର କ୍ରିକେଟର ସୂର୍ଯ୍ୟକୁମାର ଯାଦବ ଏବଂ ଶିବମ ଦୁବେ ମଧ୍ୟ ଏହି ଏହି ଦଳରେ ସାମିଲ ହୋଇଛନ୍ତି । କିନ୍ତୁ ସୟଦ ମୁସ୍ତାକ ଅଲୀ ଟ୍ରଫି-୨୦୨୪ର ସର୍ବଶ୍ରେଷ୍ଠ ବ୍ୟାଟର ଅଜିଙ୍କ୍ୟା ରାହାଣେ ଏହି ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ଇଛନ୍ତି । ତେବେ ଚମ୍ପିଆନ୍ସ ଟ୍ରଫି-୨୦୨୫ ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ଉପରେ ଟିମ ଇଣ୍ଡିଆର ନଜର ରହିବ ।

ବିଜୟ ହଜାରେ ଟ୍ରଫିରେ ସାମିଲ ହୋଇଥିବା ୩୮ଟି ଟିମକୁ ମୋଟ ୫ଟି ଗ୍ରୁପରେ ଭାଗ କରାଯାଇଛି । ୩ଟି ଗ୍ରୁପରେ ୮ଟି ଲେଖାଏଁ ଦଳ ସାମିଲ ରହିଥିବା ବେଳେ ୨ଟି ଗ୍ରୁପରେ ୭ଟି ଲେଖାଏଁ ଦଳ ସାମିଲ ରହିଛନ୍ତି । ୭ ଲିଗ୍ ରାଉଣ୍ଡ ପରେ ୧୦ଟି ଟିମ୍ ନକ୍ ଆଉଟ୍ ପାଇଁ କ୍ୱାଲିଫାଏ କରିବେ ।

Group A: ଝାଡ଼ଖଣ୍ଡ, ଓଡ଼ିଶା, ଗୋଆ, ଆସାମ, ହରିୟାଣା, ମଣିପୁର, ଉତ୍ତରାଖଣ୍ଡ ଏବଂ ଗୁଜରାଟ

Group B: ମେଘାଳୟ, ଆନ୍ଧ୍ରପ୍ରଦେଶ, ରାଜସ୍ଥାନ, ସିକିମ, ମହାରାଷ୍ଟ୍ର, ସର୍ଭିସେସ, ହିମାଚଳ ପ୍ରଦେଶ ଏବଂ ରେଲୱେ

Group C: କର୍ଣ୍ଣାଟକ, ନାଗାଲାଣ୍ଡ, ମୁମ୍ବାଇ, ହାଇଦ୍ରାବାଦ, ସୌରାଷ୍ଟ୍ର, ପଞ୍ଜାବ, ପୁଡୁଚେରୀ ଏବଂ ଅରୁଣାଚଳ ପ୍ରଦେଶ

Group D: ମିଜୋରାମ, ତାମିଲନାଡୁ, ବିଦର୍ଭ, ଉତ୍ତରପ୍ରଦେଶ, ଛତିଶଗଡ଼, ଚଣ୍ଡୀଗଡ଼, ଜମ୍ମୁ-କାଶ୍ମୀର

Group E: ବିହାର, ବେଙ୍ଗଲ, କେରଳ, ତ୍ରିପୁରା, ମଧ୍ୟପ୍ରଦେଶ, ଦିଲ୍ଲୀ ଏବଂ ବରୋଦା

ଏହି ବିଜୟ ହଜାରେ ଟ୍ରଫିରେ ପୃଥ୍ୱୀ ଶ’, ସଞ୍ଜୁ ସାମସନ ଏବଂ ମନୀଷ ପାଣ୍ଡେଙ୍କ ଭଳି କ୍ରିକେଟର ବାଦ୍ ପଡ଼ିଛନ୍ତି । ପୃଥ୍ୱୀ ଶ’ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ନିରାଶ କରିବା ପରେ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଥିବା ବେଳେ ସଞ୍ଜୁ ସାମସନ ଏବଂ ମନୀଷ ପାଣ୍ଡେ ମଧ୍ୟ ଖରାପ ପ୍ରଦର୍ଶନ ଜାରି ରଖିଛନ୍ତି । ତେବେ ସୟଦ ମୁସ୍ତାକ ଅଲୀ ଟ୍ରଫିର ସର୍ବଶ୍ରେଷ୍ଟ ବ୍ୟାଟର(୬୫ ରନ୍) ଅଜିଙ୍କ୍ୟା ରାହାଣେ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟରୁ ଦୂରେଇ ରହିଛନ୍ତି । ବ୍ୟକ୍ତିଗତ କାରଣ ଦର୍ଶାଇ ସେ କିଛି ଦିନ ପାଇଁ ମୁମ୍ବାଇ କ୍ରିକେଟ ଆସୋସିଏସନର ବ୍ରେକ ନେଇଛନ୍ତି ।