fbpx

ଏବେ ବିନା ଟିକେଟରେ ବି କରିପାରିବେ ଟ୍ରେନ୍ ଯାତ୍ରା, ଜାଣନ୍ତୁ ରେଲୱେର ଖାସ୍ ନିୟମ

ନୂଆଦିଲ୍ଲୀ: ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ରହିଛି ବଡ଼ ଖବର । ଏବେ ଆପଣ ଟ୍ରେନରେ ବିନା ରିଜର୍ଭେସନରେ ବି ଯାତ୍ରା କରିପାରିବେ । ଏବେ ଯଦି ଆପଣଙ୍କୁ ଅଚାନକ୍ ଯାତ୍ରା କରିବାକୁ ପଡୁଛି, ତେବେ ଚିନ୍ତା କରିବାର ଆବଶ୍ୟକତା ନାହିଁ । ପୂର୍ବରୁ ଏପରି ସମୟରେ କେବଳ ତକ୍ରାଳ ଟିକେଟର ଅପସନ୍ ଥିଲା, କିନ୍ତୁ ତାହା ବି ମିଳିବା କଷ୍ଟ । ଏପରି ପରିସ୍ଥିତିରେ ରେଲୱେ ଆପଣଙ୍କୁ ଏପରି ଏକ ସୁବିଧା ଦେଉଛି, ଯାହା ଅଧିନରେ ଆପଣ ବିନା ରିଜର୍ଭେସନରେ ବି ଯାତ୍ରା କରିପାରିବେ ।

ଯଦି ଆପଣଙ୍କ ପାଖରେ ରିଜର୍ଭେସନ ଟିକେଟ୍ ନାହିଁ ଓ ଟ୍ରେନରେ କୁଆଡେ ଯିବାର ଅଛି, ତାହାଲେ ଆପଣ ପ୍ଲାଟଫର୍ମ ଟିକେଟ୍ ନେଇ ଟ୍ରେନରେ ଚଢ଼ିପାରିବେ । ଆପଣ ଅତି ସହଜରେ ଟିକେଟ୍ ଚେକରଙ୍କ ପାଖକୁ ଯାଇ ଟିକେଟ୍ କରିପାରିବେ । ଏହି ନିୟମ ରେଲୱେ ପ୍ରସ୍ତୁତ କରିଛି । ଏଥିପାଇଁ ଆପଣଙ୍କୁ ପ୍ଲାଟଫର୍ମ ଟିକେଟ୍ ନେଇ ତୁରନ୍ତ ଟିଟିଆଇ ସହ ସମ୍ପର୍କ କରିବାକୁ ପଡିବ । ପରେ ଟିଟିଆଇ ଆପଣଙ୍କ ଗନ୍ତବ୍ୟ ସ୍ଥଳ ପର୍ଯ୍ୟନ୍ତ ଏକ ଟିକେଟ୍ କରିବ ।

ଯଦି ଟ୍ରେନରେ ସିଟ୍ ଖାଲି ନଥିଲେ ଟିଟିଆଇ ଆପଣଙ୍କୁ ରିଜର୍ଭ ସିଟ୍ ଦେବାକୁ ମନା କରିପାରେ । କିନ୍ତୁ, ଯାତ୍ରା ବନ୍ଦ କରି ପାରିବେ ନାହିଁ । ଯଦି ଆପଣଙ୍କର ପାଖରେ ରିଜର୍ଭେସନ ନାହିଁ, ଏପରି ପରିସ୍ଥିତିରେ ଯାତ୍ରୀଙ୍କ ଠାରୁ ୨୫୦ ଟଙ୍କା ଜୋରିମାନା ଚାର୍ଜ ସହିତ, ଆପଣ ଯାତ୍ରାର ମୋଟ ଭଡା ଦେଇ ଟିକେଟ୍ କରିପାରିବେ । ରେଳବାଇର ଏହି ଗୁରୁତ୍ୱପୂର୍ଣ୍ଣ ନିୟମ ଆପଣ ଯାତ୍ରା ପୂର୍ବରୁ ଜାଣି ରଖିବା ଜରୁରୀ ।

Get real time updates directly on you device, subscribe now.