NSP ସ୍କଲାରଶିପ୍ ୨୦୨୪ ଆବେଦନ ଆରମ୍ଭ: ୨୩ଟି ଅଲଗା ଅଲଗା ଛାତ୍ରବୃତ୍ତି ଯୋଜନାର ସୁବିଧା ଦେଉଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ୨୩ଟି ଅଲଗା ଅଲଗା ସ୍କଲାରଶିପ ଯୋଜନାର ସୁବିଧା ଦେଉଛନ୍ତି । ଏଥିରେ ଆବେଦନର ଅନ୍ତମ ତାରିଖ ଅକ୍ଟୋବର ୩୧ ରହିଛି । କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ଅଧିନରେ ଏହି ଛାତ୍ରବୃତ୍ତି ସୁବିଧା ଦିଆଯାଉଛି । ଇଚ୍ଛୁକ ପ୍ରାର୍ଥୀମାନେ ନ୍ୟାସନାଲ ସ୍କଲାରଶିପ ପୋଟ୍ରାଲ (ଏନଏସପି) ଅଫିସିଆଲ ୱେବସାଇଟ୍ https://scholarships.gov.in/କୁ ଯାଇ ଆବେଦନ କରିପାରିବେ । ପ୍ରି-ମାଟ୍ରିକ, ପୋଷ୍ଟ-ମାଟ୍ରିକ, ଡିପ୍ଲୋମା, ୟୁଜି, ପିଜି ସ୍ତରରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ଏହି ଏନଏସପି ଛାତ୍ରବୃତ୍ତି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ।

ଗତ ଜୁଲାଇ ମାସରୁ ଏନଏସପିର ଅଫିସିଆଲ ପୋର୍ଟାଲରେ ୨୩ଟି ଅଲଗା ଅଲଗା ଛାତ୍ରବୃତ୍ତି ଯୋଜନା ପାଇଁ ଆବେଦନ ଆରମ୍ଭ ହୋଇଥିବା ବେଳେ ତାହା ଆସନ୍ତା ୩୧ ତାରିଖରେ ସମାପ୍ତ ହେବ । ୨୦୨୪-୨୫ ଆକେଡେମିକ୍ ବର୍ଷ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଏହି ଛାତ୍ରବୃତ୍ତି ସୁବିଧା ପ୍ରଦାନ କରାଯିବ । ଆର୍ଥିକ ଦୁର୍ବଳ ଶ୍ରେଣୀର ପିଲାମାନଙ୍କୁ ଆର୍ଥିକ ସହାୟତା ଦିଆଯାଇ ସେମାନଙ୍କୁ ଶିକ୍ଷାଗ୍ରହଣ ପାଇଁ ପ୍ରୋତ୍ସାହିତ କରାଯିବ । ଏହି ଯୋଜନାରେ ୧ ଲକ୍ଷ ମୋରିଟୋରିୟସ ଛାତ୍ରଛାତ୍ରୀ ଯେଉଁମାନଙ୍କର ପରିବାରର ଆୟ ୩.୫ରୁ କମ୍ ସେମାନଙ୍କୁ ବାର୍ଷିକ ୧୨ ହଜାର ଟଙ୍କା ପ୍ରଦାନ କରାଯିବ । ୯ମରୁ ଦ୍ୱାଦଶ ଶ୍ରେଣୀର ପିଲାଙ୍କୁ ମାସିକ ୧ ହଜାର ଟଙ୍କା ପ୍ରଦାନ କରାଯିବ । ସପ୍ତମ ଓ ଅଷ୍ଟମ ଶ୍ରେଣୀର ପିଲାଙ୍କ ଛାତ୍ରବୃତ୍ତି ପାଇଁ ପ୍ରତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ କୋଟା ସ୍ଥିର କରିଛନ୍ତି ।

Get real time updates directly on you device, subscribe now.