ଚଳିତ ବର୍ଷ 90 କୋଟି ଟପିବ ଇଣ୍ଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟା, ଏଠି ପୁରୁଷମାନଙ୍କର ବ୍ୟବହାର ଅଧିକ
53 ପ୍ରତିଶତ ପୁରୁଷ ଇଣ୍ଟରନେଟ୍ ବ୍ୟବହାର କରୁଥିବା ବେଳେ ମହିଳାମାନେ 47 ପ୍ରତିଶତ ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି । । ଇଣ୍ଟରନେଟ୍ ଆଣ୍ଡ ମୋବାଇଲ ଆସୋସିଏସନ୍ ଅଫ୍ ଇଣ୍ଡିଆ ପକ୍ଷରୁ ଖୁଲାସା ।
ନୂଆଦିଲ୍ଲୀ: ଦିନକୁ ଦିନ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । 2025 ମସିହାରେ ଏହି ସଂଖ୍ୟା 90 କୋଟି ଟପିବ ବୋଲି କୁହାଯାଇଛି । ଇଣ୍ଟରନେଟ୍ ଆଣ୍ଡ ମୋବାଇଲ ଆସୋସିଏସନ୍ ଅଫ୍ ଇଣ୍ଡିଆ ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯାଇଛି ।
ଭାରତରେ କେତେ ପ୍ରତିଶତ ଲୋକ ଇଣ୍ଟରନେଟ୍ ବ୍ୟବହାର କରନ୍ତି- ପ୍ରତିବର୍ଷ ଇଣ୍ଡରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା 8 ପ୍ରତିଶତ ବୃଦ୍ଧି ପାଉଥିବା ବେଳେ 2024ରେ ବ୍ୟବହାରକାରୀଙ୍କ ସଂଖ୍ୟା 88.6 କୋଟିରେ ପହଞ୍ଚିଥିଲା ।
କେଉଁଠି କେତେ- ତେବେ ତଥ୍ୟରେ ଏହା ଦର୍ଶାଯାଇଛି ଯେ, ଗ୍ରାମାଞ୍ଚଳରେ ୟୁଜର୍ସଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । 88.6 କୋଟି ମଧ୍ୟରୁ ଗ୍ରାମାଞ୍ଚଳରେ ବ୍ୟବହାରକାରୀଙ୍କ ସଂଖ୍ୟା 48.8 କୋଟି ରହିଥିବା ବେଳେ ସହରାଞ୍ଚଳରେ ସଂଖ୍ୟା 39.9 କୋଟି ରହିଛି ।
ଯଦି ବ୍ୟବହାରକାରୀଙ୍କ ସଂଖ୍ୟା ଦେଖିବା ତାହେଲେ ପ୍ରତିଦିନ ହାରାହାରି ଦେଢ ଘଣ୍ଟା ସମୟ ବିତାଉଛନ୍ତି ଭାରତୀୟ । ଯଦି ପୁରୁଷ ଏବଂ ମହିଳାଙ୍କ କଥା ଦେଖିବା ତାହେଲେ 53 ପ୍ରତିଶତ ପୁରୁଷ ଇଣ୍ଟରନେଟ୍ ବ୍ୟବହାର କରୁଥିବା ବେଳେ ମହିଳାମାନେ 47 ପ୍ରତିଶତ ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି ।
ଇଣ୍ଟରନେଟ୍ ବ୍ୟବହାରରେ କେରଳ ଆଗରେ- କେରଳରେ 72 ପ୍ରତିଶତ ଲୋକ ଇଣ୍ଟରନେଟ୍ ବ୍ୟବହାର କରୁଥିବା ବେଳେ ଗୋଆରେ 71 ପ୍ରତିଶତ ଇଣ୍ଟରନେଟ୍ ବ୍ୟବହାର କରନ୍ତି । ଦେଶର ଇଣ୍ଟରନେଟ୍ ସାନ୍ଦ୍ରତା କ୍ଷେତ୍ରରେ ଆଗରେ ରହିଛି କେରଳ ।
ଦେଶରେ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିଲେ ହେଁ ଏବେ ବି 41 ପ୍ରତିଶତ ଭାରତୀୟ ଏହାଠାରୁ ଦୂରରେ ରହିଛନ୍ତି ।