fbpx
BSKY SKY
BSKY SKY

ବିଟ୍‌ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ବୋଲି ଜାଣିଥିଲେ ବି ମଧ୍ୟ ତାହାକୁ ଖାଇନଥା’ନ୍ତି, ଏଥିରେ କ’ଣ ସବୁ ଉପକାରୀତା ମିଳିଥାଏ ତାହା ଜାଣିଛନ୍ତି ତ?

BSKY

ଓଡିଶା ଭାସ୍କର; ଆମେ ସାଧାରଣତଃ ବହୁତ ପରିବାକୁ ଉପକାରୀ ଭାବେ ଜାଣିଥିଲେ ବି ମଧ୍ୟ ତାହାକୁ ଖାଇନଥାନ୍ତି । କିଛି ଲୋକ ପାଟିକୁ ସୁଆଦିଆ ଲାଗିନଥାଏ ବୋଲି ଖାଇନଥାନ୍ତି ତ ଆଉ କିଛି ଲୋକ ଏହାକୁ ଖାଇବାକୁ ଆଦୌ ଇଛା ପ୍ରକାଶ କରନ୍ତି ନାହିଁ । ତେବେ ଏହାରି ଭିତରେ ବିଟ୍ ହେଉଛି ଏଭଳି ଏକ ପରିବା ଯାହାକୁ ଆମେ ଉପକାରୀ ବୋଲି ଜାଣିଥିଲେ ବି ତାହାକୁ ଖାଇନଥାନ୍ତି । ସ୍ୱାସ୍ଥ୍ୟ ଲାଗି ବିଟ୍‌ ଉପକାରୀ ବୋଲି ଆମେ ଭଲସେ ଜାଣିଥାନ୍ତି ମାତ୍ର ଏଥିରୁ କ’ଣ ସବୁ ଉପକାରୀତା ମିଳିଥାଏ ତାହା ଜାଣିନଥା’ନ୍ତି । ତେବେ ଆସନ୍ତୁ ଜାଣିବା ବିଟ୍‌ର ଉପକାରିତା ବିଷୟରେ ।

କାମ କରିବା ସମୟରେ ଯଦି ଥକ୍କା ଅନୁଭବ କରନ୍ତି, ତେବେ ସାଙ୍ଗେ ସାଙ୍ଗେ ବିଟ୍ ଜୁସ୍ ପିଅନ୍ତୁ । ଏହା ପିଇବା ଦ୍ୱାରା ଥକ୍କାପଣ ଦୂର ହୋଇଥାଏ ।

ବିଟ୍‌ରେ ଭିଟାମିନ୍ B ଓ C ସହିତ ଫସ୍‌ଫରସ୍‌,କ୍ୟାଲ୍‌ସିୟମ୍‌, ପ୍ରୋଟିନ୍ ଓ ଆଂଟି- ଅକ୍ସିଡାନ୍ସ ରହିଛି । ଏହା ଖାଇବା ଦ୍ୱାରା ରକ୍ତ ପରିଷ୍କାର ହେବା ସହିତ ଶରୀରରେ ଅମ୍ଳଜାନ ବଢାଇବାରେ ଏହା ସାହାଯ୍ୟ କରେ।

ଏଥିରେ ଥିବା ଫସ୍‌ଫରସ୍ କେଶ ବୃଦ୍ଧି କରିବାରେ ସାହାଯ୍ୟ କରେ ।

ସେହିପରି ଏହା ପେଟ ସଫା ଓ ରକ୍ତଚାପ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରେ ।

ବିଶେଷ କରି ଶୀତଦିନେ ବିଟ୍‌ରେ ପ୍ରସ୍ତୁତ ଜୁସ୍ କିମ୍ବା ସାଲାଡ୍ ଖାଆନ୍ତୁ ତାହା ଦେହ ପାଇଁ ବହୁତ୍ ଭଲ ।

ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ସହିତ ପ୍ୟାକ୍ ହୋଇଥିବା ବିଟରେ ଫାଇବର, ଫୋଲେଟ୍ (ଭିଟାମିନ୍ B9), ମାଙ୍ଗାନିଜ୍, ପୋଟାସିୟମ୍, ଆଇରନ୍, ଏବଂ ଭିଟାମିନ୍ C ର ଏକ ଉତ୍ତମ ଉତ୍ସ । ବିଟ୍ ଏବଂ ବିଟ୍ ରସରେ ଅନେକ ସ୍ୱାସ୍ଥ୍ୟ ଉପକାର ସହିତ ଜଡିତ ହୋଇଛି, ଉନ୍ନତ ରକ୍ତ ପ୍ରବାହ, ନିମ୍ନ ରକ୍ତଚାପ ଏବଂ ଅନ୍ୟାନ ଉପକାରୀତା ଆମକୁ ଯୋଗାଇଥାଏ। ତେବେ ଜାଣିରଖନ୍ତୁ କ’ଣ ଓ କେତେ ପରିମାଣର ପୋଷକ ତତ୍ତ୍ୱ ଏଥିରେ ସବୁ ଭରି ରହିଛି।

ତେବେ ଗୋଟିଏ କପ୍ (୧୩୬ ଗ୍ରାମ) ସିଝା ବିଟ୍ ରୁଟରେ ୬୦ କ୍ୟାଲୋରୀରୁ କମ୍ ଥିବାବେଳେ ୩/୪ କପ୍ (୧୦୦ ଗ୍ରାମ) କଞ୍ଚା ବିଟ୍ ରୁଟରେ ନିମ୍ନଲିଖିତ ପୁଷ୍ଟିକର ଉତ୍ସ ଉପଲବ୍ଧ ଥାଏ:

  • କ୍ୟାଲୋରୀ: ୪୩
  • ଜଳ: ୮୮%
  • ପ୍ରୋଟିନ୍: ୧.୬ ଗ୍ରାମ
  • କାର୍ବସ୍: ୯.୬ ଗ୍ରାମ
  • ସୁଗାର: ୬.୮ ଗ୍ରାମ
  • ଫାଇବର: ୨.୮ ଗ୍ରାମ
  • ଫ୍ୟାଟ: ୦.୨ ଗ୍ରାମ

 

 

 

Get real time updates directly on you device, subscribe now.