ଓଏଏ ସଭାପତି ଦାୟିିତ୍ୱ ନେଲେ ସମୀର, କହିଲେ ମୋର ପ୍ରଥମ ଲକ୍ଷ୍ୟ…

ଭୁବନେଶ୍ୱର,୩୦ା୩: ଓଡ଼ିଶା ଅଲିମ୍ପିକ୍ସ ସଂଘ ସଭାପତି(ଓଏଏ) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ବିଜେପି ନେତା ସମୀର ମହାନ୍ତି । ଦାୟିତ୍ୱ ଗ୍ରହଣ ପରେ ସମୀର ତାଙ୍କର ପ୍ରତିକି୍ରୟାରେ କହିଛନ୍ତି, ଏହା ମୋ’ ଜୀବନର ବଡ଼ ଉପଲବ୍ଧି । ଏଥିରେ ରାଜ୍ୟବାସୀ ଖୁସି ହେବେ । ଅଲିମ୍ପିକ୍ସ ପାଇଁ ଓଡ଼ିଶାରୁ ଅଧିକ ପିଲା ସୃଷ୍ଟି କରିବା ମୋର ପ୍ରଥମ ଲକ୍ଷ୍ୟ ରହିବ।  ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ରହିଛି ୨୦୪୭ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା । ଏଥିରେ କ୍ରୀଡାର ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ରାଜ୍ୟ ସରକାର ଏକ ଗୁରୁଦାୟିତ୍ୱ ଦେଇଛନ୍ତି । ରାଜ୍ୟ ସରକାର ଓ ଖେଳାଳିମାନଙ୍କୁ କୃତଜ୍ଞତା ଏବଂ ଜଣାଉଛି ଧନ୍ୟବାଦ ଜଣାଉଛି ବୋଲି ସମୀର କହିଛନ୍ତି ।  ବିଭିନ୍ନ ମହଲରୁ ସମୀରଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ବିନା ପ୍ରତିଦ୍ୱନ୍ଦ୍ୱିତାରେ ସେ ଏହି ପଦ ହାସଲ କରିଛନ୍ତି ।

ସମୀରଙ୍କ ସହ ୬ ଜଣ ଉପସଭାପତି, ଜଣେ ସାଧାରଣ ସମ୍ପାଦକ, ୨ ଯୁଗ୍ମ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ଓ ୧୧ କାଉନସିଲ ସଦସ୍ୟଙ୍କ ନାମ ବିଜ୍ଞପ୍ତିରେ ପ୍ରକାଶ ପାଇଥିଲା । ଆଜି ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ଓଡ଼ିଶା ଅଲମ୍ପିକ୍ସ ଆସୋସିଏସନର ଆଗାମୀ ୨୦୨୫ରୁ ୨୦୨୯ ପାଇଁ ସମସ୍ତ କାର୍ଯ୍ୟକର୍ତ୍ତା ନିଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ନିର୍ବାଚନ ପାଇଁ ଗତମାସ ୨୭ ତାରିଖରେ ପ୍ରକାଶ ପାଇଥିଲା ବିଜ୍ଞପ୍ତି । ତେବେ ଚଳିତମାସ ୧୭ ତାରିଖରେ ନାମାଙ୍କନ ପତ୍ର ଦାଖଲ କରିଥିଲେ ସମୀର । ସମସ୍ତ ପଦ ପାଇଁ ଜଣେ ଲେଖାଏ ବ୍ୟକ୍ତି ନାମାଙ୍କନ ଭରିଥିଲେ ।