fbpx

OAS ସ୍ତରରେ ବଡ଼ ଧରଣର ଅଦଳବଦଳ: ପ୍ରଶାନ୍ତ କିଶୋର ହେଲେ ଉଚ୍ଚ ଶିକ୍ଷା ବିଭାଗର ଅତିରିକ୍ତ ସଚିବ

ଭୁବନେଶ୍ୱର : ବରିଷ୍ଠ ଓଏଏସ ଅଫିସର ସ୍ତରରେ ବଡ଼ ଧରଣର ଅଦଳବଦଳ । ପ୍ରତାପ ମିଶ୍ର ହେଲେ ପବ୍ଲିକ ଏଣ୍ଟରପ୍ରାଇଜେସ୍ ବିଭାଗ ସ୍ବତନ୍ତ୍ର ସଚିବ । ଲାଲା ମନୋଜ ରାୟଙ୍କୁ ଗୋପବନ୍ଧୁ ଏକାଡେମୀ ଅଫ ଆଡମିନଷ୍ଟ୍ରେସନର ଡେପୁଟି ଡିଜି (ପ୍ରଶାସନ) ଭାବେ ନିଯୁକ୍ତି ମିଳିଛି । ସେହିପରି ପ୍ରଶାନ୍ତ କିଶୋର ମହାପାତ୍ରଙ୍କୁ ଉଚ୍ଚ ଶିକ୍ଷା ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି ।

ପ୍ରତାପ ଚନ୍ଦ୍ର ହୋତାଙ୍କୁ ସଂସଦୀୟ ବ୍ୟାପାର ବିଭାଗର ସ୍ବତନ୍ତ୍ର ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ଏସ. କେ ଜମିରୁଦ୍ଦିନ ହେଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ସଚିବ । ରବୀନ୍ଦ୍ର ସେଠୀ ଓଡ଼ିଶା ବନ ନିଗମର ମହାପ୍ରବନ୍ଧକ ଭାବେ ନିଯୁକ୍ତ ହୋଇଛନ୍ତି । ଦୀନକୃଷ୍ଣ କର ହେଲେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଯୁଗ୍ମ ସଚିବ । ମୋଟ ୨୬ ଜଣ ବରିଷ୍ଠ ଓଏଏସ ଅଧିକାରୀଙ୍କ ବଦଳି ହୋଇଛି । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

Get real time updates directly on you device, subscribe now.