fbpx

ମନିଷ ସିସୋଦିଆଙ୍କ ପାଇଁ ବଢିଲା ଅଡୁଆ: ଲୁକଆଉଟ୍ ସର୍କୁଲାର ଜାରି କଲା ସିବିଆଇ, ବିଦେଶ ଯିବାକୁ ବାରଣ

ନୂଆଦିଲ୍ଲୀ: ମଦ ଘୋଟାଲା ମାମଲାରେ ସିବିଆଇ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ସମେତ ୧୪ ଜନଙ୍କୁ ଲୁକ୍ ଆଉଟ୍ ସର୍କୁଲାର ଜାରୀ କରିଛି। ସର୍କୁଲାରରେ ସମସ୍ତ ଅଭିଯୁକ୍ତଙ୍କ ନାମ ରହିଛି। ଯାହା ଆଧାରରେ ସିବିଆଇ ଚଢାଉ କରିଥିଲା। ତେବେ ଏଥିରେ ମୁମ୍ବାଇର ଏଣ୍ଟରଟେନମେଣ୍ଟ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀର ସିଇଓଙ୍କର ନାମ ନାହିଁ।

ଦିଲ୍ଲୀର ଉପ-ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଶନିବାର ଏକ ପେସ୍ କନଫରେନ୍ସରେ ଗିରଫ ହେବାର ଆଶଙ୍କା ପ୍ରକାଶ କରିଥିଲେ। ସେ କହିଥିଲେ ଯେ, ଦିଲ୍ଲୀ ସରକାର ଶିକ୍ଷାର ବିକାଶ ଉପରେ କାର୍ଯ୍ୟ କରିବାକୁ ଚାହାନ୍ତି। ଯେଉଁଥିପାଇଁ ଗତ ଦୁଇରୁ ତିନି ଦିନ ଧରି ତାଙ୍କ ଘରେ ସିବିଆଇ ଚଢାଉ କରୁଛି। ଏହାରି ମଧ୍ୟରେ ସିବିଆଇ ସିସୋଦିଆଙ୍କ ସମେତ ୧୪ ଜଣଙ୍କ ନାମରେ ଲୁକ୍ ଆଉଟ୍ ସର୍କୂଲାର ଜାରି କରିଛି। ଏହି ସର୍କୁଲାର ଜାରୀ ପରେ ସିସୋଦିଆ ସହର ଛାଡ଼ି ବାହାରକୁ ଯାଇ ପାରିବେ ନାହିଁ।

ସୂଚନାଯୋଗ୍ୟ ଯେ ଦିଲ୍ଲୀ ଏକ୍ସାଇଜ୍ ପଲିସି ଲାଗୁ ହେବା ସମୟରେ ହୋଇଥିବା ଦୁର୍ନୀତି ମାମଲାରେ ସିବିଆଇ ଶନିବାର ତଦନ୍ତ ଆରମ୍ଭ କରିଛି ଏବଂ ତିନି ଅଭିଯୁକ୍ତଙ୍କ ବିବୃତ୍ତି ରେକର୍ଡ କରିଛି। ସିବିଆଇ ଅଧିକାରୀ କହିଛନ୍ତି ଯେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବାସଭବନ ସମେତ ୩୧ ଟି ସ୍ଥାନରେ ଚଢ଼ାଉ ବେଳେ ଜବତ ହୋଇଥିବା ଡକ୍ୟୁମେଣ୍ଟ ଯାଞ୍ଚ କରୁଛି। ସିବିଆଇ ଦ୍ୱାରା ପଞ୍ଜୀକୃତ ହୋଇଥିବା ଏଫ୍ଆଇଆରରେ ମନୀଷ ସିସୋଦିଆଙ୍କ ସମେତ ୧୫ ଜଣଙ୍କ ନାମ ଦିଆଯାଇଛି।

Get real time updates directly on you device, subscribe now.