ଅପରେଶନ୍ ସିନ୍ଦୁରରେ କେନ୍ଦ୍ରାପଡ଼ାର ବୀର ପୁତ୍ର, ଗାଁଠାରୁ ଆରମ୍ଭ କରି ପରିବାର ସମସ୍ତେ ଗର୍ବିତ
ଜମ୍ମୁରେ ଓଡ଼ିଆ ଯବାନ; କଲେ କମାଲ । ବୀରଙ୍କୁ ନେଇ ଗର୍ବିତ ଗାଁ ଲୋକେ ।
ଓଡ଼ିଶା ଭାସ୍କର: ଏପ୍ରିଲ ୨୨ ତାରିଖ ପହଲଗାମ୍ ଆତଙ୍କୀ ହମଲାର ବଦଲା ନେଲା ଭାରତ । ମଙ୍ଗଳାବର ଦିନ ହୋଇଥିବା ଆଟାକ୍କର ଜବାବ୍ ମଙ୍ଗଳବାର ଦେଇଛି ଦେଶ ଭାରତ ।
ମଙ୍ଗଳବାର ବିଳମ୍ବିତ ରାତିରେ ଭାରତର ବାୟୁ ସେନା ପାକିସ୍ତାନ ଉପରେ ଏୟାର ଷ୍ଟ୍ରାଇକ କରିଛି । ଯାହାକୁ ନେଇ ଦେଶବାସୀ ବେଶ୍ ଉତ୍ସାହିତ ଅଛନ୍ତି । ଏ ଭିତରେ ଏକ ବଡ଼ ଖବର ଆସିଛି ।
କେନ୍ଦ୍ରାପଡ଼ା ଜିଲ୍ଲା ଡାଙ୍ଗମାଳ ଗାଁର ଶଶିକାନ୍ତ ୨ ବର୍ଷ ହେବ ବିଏସଏଫରେ କାମ କରୁଛନ୍ତି । ପହଲଗାମ୍ ଆଟାକ୍ ପରେ ସେନା ଓ ବିଏସଏଫ୍ ପକ୍ଷରୁ କରାଯାଇଥିବା ସର୍ଚ୍ଚ ଅପରେଶନରେ ଶଶୀକାନ୍ତ ସାମିଲ ହୋଇଛନ୍ତି ।
ପରିବାର ଲୋକ ଏ ସମ୍ପର୍କରେ କହିଛନ୍ତି । ପୁଅ ଶଶୀକାନ୍ତ ଜମ୍ମୁକଶ୍ମୀରରେ ନିୟୋଜିତ ହେବା ସହ ଆତଙ୍କୀଙ୍କୁ ଖୋଜିବାକୁ ହୋଇଥିବା ସର୍ଚ୍ଚ ଅପରେଶନରେ ସାମିଲ ହୋଇଛନ୍ତି । ତେବେ ଦେଶ ପାଇଁ ପୁଅ କାମ କରିବାକୁ ନେଇ ପରିବାର ଲୋକେ ଗର୍ବିତ ବୋଲି କହିଛନ୍ତି ।
ସେହିପରି ଡାଙ୍ଗମାଳର ପ୍ରିୟବ୍ରତ ବେଉରା ୨୦୦୨ରୁ ବିଏସଏଫ୍ ଯବାନ ଭାବେ କାର୍ଯ୍ୟ କରୁଛନ୍ତି । ମାସକ ପୂର୍ବରୁ ଜମ୍ମୁ-କଶ୍ମୀର ପୋଷ୍ଟିଂ ହୋଇଛି । ସେଠାରେ ପ୍ରିୟବ୍ରତ ବିଏସଏଫ ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ, କମ୍ପାନୀ କମାଣ୍ଡର ଭାବେ କାର୍ଯ୍ୟ କରୁଛନ୍ତି ।
ଭାଇ ଦେଶ ପାଇଁ କାର୍ଯ୍ୟ କରୁଥିବାରୁ ସାନଭାଇ ଓ ପରିବାର ଲୋକେ ଖୁବ୍ ଗର୍ବିତ ବୋଲି କହିଛନ୍ତି । ଓଡ଼ିଶାର ଦୁଇ ବୀର ଯବାନଙ୍କ କାର୍ଯ୍ୟକୁ ନେଇ ଗାଁ ଲୋକଙ୍କଠାରୁ ଆରମ୍ଭ କରି ପରିବାର ଲୋକେ ଗର୍ବିତ ଥିବା କହିଛନ୍ତି ।