ନୂଆଦିଲ୍ଲୀରେ ବିକଶିତ ଭାରତ ଯୁବ ନେତୃତ୍ୱ କାର୍ଯ୍ୟକ୍ରମ, ଓଡ଼ିଆ ଯୁବପିଢି ବିକଶିତ ଭାରତର କୁଶଳ ବିନ୍ଧାଣୀ କହିଲେ ଧର୍ମେନ୍ଦ୍ର
ଭୁବନେଶ୍ବର: ନୂଆଦିଲ୍ଲୀ ଠାରେ ବିକଶିତ ଭାରତ ଯୁବ ନେତୃତ୍ୱ କାର୍ଯ୍ୟକ୍ରମ-୨୦୨୫ ଜାରି ରହିଛି । ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ ।
ଓଡିଆ ଲୋକଙ୍କୁ ଯେବେ ଯେବେ ସୁଯୋଗ ମିଳିଛି ସେବେ ସେ ନିଜର ଦକ୍ଷତା ଓ ପରାକାଷ୍ଠାର ପ୍ରମାଣ ଦେଖାଇଛନ୍ତି । ଓଡ଼ିଆମାନେ ଯାହା ଚାହିଁବେ ସବୁକିଛି ସମ୍ଭବ ହୋଇପାରିବ ବୋଲି କହିଛନ୍ତି ।
ଓଡ଼ିଆ ଯୁବକମାନଙ୍କ ସହିତ ଆଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ । ବିକଶିତ ଭାରତ ଯୁବ ନେତୃତ୍ୱ ସାକ୍ଷାତକାର୍ -୨୦୨୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ କିଛି ଓଡ଼ିଆ ଅଂଶଗ୍ରହଣ କରିଥିଲେ । ସେହି ସଫଳ ଯୁବବନ୍ଧୁମାନଙ୍କ ସହ ଆଜିର ଆଲୋଚନା ଉତ୍ସାହଜନକ ।
ଓଡ଼ିଆ ଯୁବପିଢିମାନେ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତର କୁଶଳ ବିନ୍ଧାଣୀ। ଯୁବଶକ୍ତିଙ୍କ ମଧ୍ୟରେ ଥିବା ଇଚ୍ଛାଶକ୍ତି ଓ ଏକାଗ୍ରତା ପ୍ରଶଂସନୀୟ। ସବୁ ଯୁବବର୍ଗଙ୍କ ମଧ୍ୟରେ କୌଣସି ନା କୌଣସି ପ୍ରତିଭା ଲୁଚି ରହିଛି। ଏହି ପ୍ରତିଭାକୁ ଅନ୍ୱେଷଣ କରିପାରିଲେ ହିଁ ଆମର ଅନେକ ଲକ୍ଷ୍ୟ ସାକାର ହୋଇପାରିବ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ଆମ କାନ୍ଧରେ ବର୍ତ୍ତମାନ ବିକଶିତ ଓଡ଼ିଶା, ବିକଶିତ ଭାରତର ଦାୟିତ୍ୱ ଅଛି । ଏଥିପାଇଁ ଆମକୁ କଣ୍ଟେଣ୍ଟ୍ ରାଇଟରରୁ ଓ୍ୱେଲଥ୍ କ୍ରିଏସନ କରିବା ପାଇଁ ମଧ୍ୟ ଆଗଭର ହେବାକୁ ପଡିବ ।