fbpx

ଅକ୍ଟୋବର ୧୩ରେ ପରଦାକୁ ଆସିବ ଓଡ଼ିଆ ଚଳଚ୍ଚିତ୍ର ‘ଡଟ୍‌ ପେନ୍‌’

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ଆସନ୍ତା ୧୩ ତାରିଖରେ ପରଦାକୁ ଆସିବାକୁ ଯାଉଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଡଟ୍‌ ପେନ୍‌’ । ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଡଟ୍ ପେନ୍’ର ସୁଟିଂ ଓ ଅନ୍ୟାନ୍ୟ କାର୍ଯ୍ୟ ଏହାରି ମଧ୍ଯରେ ଶେଷ ହୋଇଆସିଲାଣି । ଫିଲ୍ମରେ ଦର୍ଶକ ଜଣେ ସାଇକୋ କିଲର୍‌ର କାହାଣୀ ଦେଖିବାକୁ ପାଇବେ । ଏଭଳି ବିଷୟବସ୍ତୁ ‘ଡେଲିଭରି ବୟ’ରୁ ପ୍ରସିଦ୍ଧି ଅର୍ଜନ କରିଥିବା ସନ୍ତୁ, ୟୁଟ୍ୟୁବର ସେନ୍‌ସେସନ୍ ରାଜୁ ଦାସ ପ୍ରମୁଖ ଅନ୍ୟାନ୍ୟ ଚରିତ୍ରରେ ଅବତୀର୍ଣ୍ଣ ହୋଇଛନ୍ତି। ଦୁଇ ନୂଆମୁହଁ ପ୍ରୀତି ଓ ରୋହନ ମଧ୍ୟ ଏ ଫିଲ୍ମର ଅନ୍ୟତମ ଆକର୍ଷଣ। ପ୍ରଯୋଜନା, ନିର୍ଦ୍ଦେଶନା, ଚିତ୍ରନାଟ୍ୟ ଦାୟିତ୍ବରେ ଅଛନ୍ତି ଅଶ୍ବିନୀ ତ୍ରିପାଠୀ। କାହାଣୀ ଲେଖିଛନ୍ତି ଡ. ଦୀପକ କୁମାର । ସୋମେଶ ଶତପଥୀଙ୍କ ସ୍ବର ସଂଯୋଜନାରେ ଗୀତଗୁଡ଼ିକରେ କଣ୍ଠଦାନ କରିଛନ୍ତି ଅନ୍ତରା ଚକ୍ରବର୍ତ୍ତୀ, ସ୍ଵୟଂ ପାଢ଼ୀ, ହ୍ୟୁମାନ ସାଗର, ଅସୀମା ପଣ୍ଡା ଓ ଅର୍ପିତା। ଢେଙ୍କାନାଳର ଏକ ସତ୍ୟ ଘଟଣା ଉପରେ ଆଧାରିତ ଏ ଚଳଚ୍ଚିତ୍ରର ଅଧିକାଂଶ ଦୃଶ୍ୟ କାମାକ୍ଷା ନଗରରେ ସୁଟିଂ ହୋଇଛି ।

ଏଭଳି ବିଷୟବସ୍ତୁକୁ ନେଇ ସିନେମା ନିର୍ମାଣ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପରେ ପ୍ରଥମ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି । ଏ ଫିଲ୍ମର ମୁଖ୍ୟ ଚରିତ୍ରରେ ନଜର ଆସିବେ ଜ୍ୟୋତିରଞ୍ଜନ । ପୂର୍ବରୁ ସେ ଏକାଧିକ ପ୍ରେମ କାହାଣୀ, ଆକ୍ସନ, ରହସ୍ୟ ରୋମାଞ୍ଚ ଆଧାରିତ ସିନେମାରେ ନଜର ଆସିଛନ୍ତି । ହେଲେ ଏଥିରେ ସେ ଅଭିନୟ କରୁଛନ୍ତି ଜଣେ ସାଇକୋ କିଲର୍ ଚରିତ୍ରରେ। ଏ ଫିଲ୍ମ ଦେଖିସାରିବା ପରେ ଦର୍ଶକ ଜ୍ୟୋତିଙ୍କୁ ଭଲପାଇବେ, ଭୟ ମଧ୍ୟ କରିବେ। ଫିଲ୍ମରେ ଜ୍ୟୋତିଙ୍କ ଭଉଣୀ ଚରିତ୍ରରେ ଦର୍ଶକ ଦିବ୍ୟାଦିଶା ମହାନ୍ତିଙ୍କୁ ଦେଖିବେ। ଅନ୍ୟ ଏକ ଗୁରୁତ୍ଵପୂର୍ଣ୍ଣ ଚରିତ୍ରରେ ଅଭିନୟ କରୁଛନ୍ତି ଅଙ୍କିତ । ଶକ୍ତି ବରାଳ। ଏହାର ଗୀତ ଟି କିଛି ଦିନ ପୂର୍ବରୁ ରିଲିଜ କରାଯାଇଥିଲା । ଯାହା ଦର୍ଶକମାନଙ୍କର ଖୁବ ଭଲପାଇବା ସାଉଁଟିଛି । ତେବେ ରିଲିଜ ପୂର୍ବରୁ ଏହି ଫିଲ୍ମଟି ବେଶ ପ୍ରଶଂସା ସାଉଁଟି ସାରିଛି । ରିଲିଜ ହେବ ପରେ ଫିଲ୍ମଟି କଣ କମାଲ କରିବା ତାହା ପରେ ଜଣା ପଡ଼ିବ ।

 

Get real time updates directly on you device, subscribe now.