‘ସେ ଗୋଟେ ଦେଶଦ୍ରୋହୀ’ PG ପଢ଼ୁଆ ପିଲା ସାଜିଥିଲା ମାଓବାଦୀ, ୧୨ ବର୍ଷ ପୂର୍ବେ ସୁଦ୍ଧି ହୋଇସାରିଛି ପରିବାର

ପରିବାର କହିଲେ ଆମେ ତାକୁ ଜାଣିନାହୁଁ । କ୍ୟାରିୟର ଫାଷ୍ଟକ୍ଲାସ ସତ୍ତେ୍ୱ ମାଓବାଦୀ ସାଜି ଦେଶ ବିରୋଧୀ କାମ କଲା ବଣ୍ଟି ।

କଟକ : ଛତିଶଗଡ଼ ମାଓ ଏନକାଉଣ୍ଟରରେ ମୃତ ୧୬ ମାଓବାଦୀଙ୍କ ଭିତରେ ଅଛନ୍ତି ଆଉଜଣେ ଓଡ଼ିଆ। ଡିଭିସିଏମ୍ ସଦସ୍ୟ ଭାବେ ସକ୍ରିୟ ଥିବା ଓଡିଆ ଯୁବକର ପରିଚୟ ମିଳିଛି। ଆଲୋକ ଓରଫ ମୁନ୍ନା। ଆଲୋକର ଘର କଟକ ନିଆଳି ଥାନା କୁଳଶ୍ରୀ ଅଞ୍ଚଳରେ । ବେଶ କିଛିଦିନ ଧରି ମାଓ ଗୋଷ୍ଠୀରେ ସକ୍ରିୟ ରହିଥିଲେ ସେ । ଆଲୋକ ଓରଫ ମୁନା ଓରଫ ବାଉରୀବନ୍ଧୁ ସେଠୀ। ଗାଁ ଲୋକେ ବାଉରୀବନ୍ଧୁ ଭାବେ ଚିହ୍ନୁଥିବାବେଳେ ଘରଲୋକ ଡାକନ୍ତି ବଣ୍ଟି ।

ଦେଶଦ୍ରୋହୀ: ୨୦ ବର୍ଷରୁ ଅଧିକ ବର୍ଷ ହେବ ଗାଁ ଛାଡି ଚାଲିଯାଇଥିଲେ। ୨୦୦୫ ରୁ ବଣ୍ଟିଙ୍କୁ କେହି ଦେଖିନାହାନ୍ତି । ୨୦୦୫ରେ କୂଳଶ୍ରୀ ଗାଁରେ ହୋଇଥିଲା ଜନ ଗର୍ଜନ ସମାବେଶ । ସେବେଠାରୁ ଗାଁ ଛାଡି ପଳାଇଥିଲେ ବଣ୍ଟି । ୩ ଦିନ ତଳେ ମାଓ ସୁରକ୍ଷାକର୍ମୀଙ୍କ ସହ ଗୁଳିବିନିମୟରେ ତାର ମୃତ୍ୟୁ ହୋଇଛି ।

ତାକୁ ଜାଣିନାହୁଁ: ଗ୍ରାମବସୀ ତାଙ୍କୁ ଦେଶ ଦ୍ରୋହି କହିବା ସହ ଘର ଲୋକ ତାଙ୍କୁ ଜାଣନ୍ତିନାହିଁ ବୋଲି କହିଛନ୍ତି । ସୂଚନା ଅନୁସାରେ ବଣ୍ଟିଙ୍କ କ୍ୟାରୋୟର ଫାଷ୍ଟ କ୍ଲାସ । ପାଠରେ ଖୁବ ଆଗୁଆ ଥିଲେ । ହେଲେ କମିତି ମାଓବାଦୀରେ ସାମିଲ ହେଲେ ତାହା ସେମାନେ । ବଣ୍ଟିଙ୍କ ପରିବାର ୧୨ ବର୍ଷ ପୂର୍ବରୁ ସୁଦ୍ଧି ହୋଇସାରିଥିବା ମଧ୍ୟ କହିଛନ୍ତି । ଦେଶଦ୍ରୋହି ପୁଅକୁ ଚିହ୍ନି ନଥିବା କହିଲେ ପରିବାର ଲୋକ ।

ସେହିଭଳି ଓଡ଼ିଶା ଷ୍ଟେଟ କମିଟିର ୨ ସଦସ୍ୟଙ୍କର ମୃତ୍ୟୁ ହୋଇଛି। ଓଡ଼ିଶା ଷ୍ଟେଟ କମିଟିର ସଦସ୍ୟ ଗୁଡ୍ଡୁ ଓ ସତ୍ୟମ ଗାୱଡେ ପୋଲିସ ଏନକାଉଣ୍ଟରରେ ପ୍ରାଣ ହରାଇଛନ୍ତି । ଏହି ଏନକାଉଣ୍ଟରରେ କେନ୍ଦ୍ରୀୟ କମିଟି ସଦସ୍ୟ ଚଲପତିଙ୍କ ମୃତ୍ୟୁ ହୋଇଛି। ଯାହା ଏସଓଜି ଯବାନଙ୍କ ପାଇଁ ସବୁଠୁ ବଡ ସଫଳତା। ଏହି ଅପରେସନରେ ଓଡିଶା ପୁଲିସ ବି ସାମିଲ ହୋଇଥିଲା ।