Big Breaking: ଖୁସି ଖବର: EMERGENCY ସମୟରେ ଜେଲ ଯାଇଥିବା ଲୋକଙ୍କୁ ମିଳିବ ୨୦ ହଜାର ପେନସନ୍
ଆର୍ଥିକ ସହାୟତା ସାଙ୍ଗକୁ ଚିକିତ୍ସା ସୁବିଧା ମଧ୍ୟ ଯୋଗାଯିବ । ରାଜ୍ୟ ଗୃହ ବିଭାଗ ଜାରି କଲା ବିଜ୍ଞପ୍ତି ।
ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା । ୧୯୭୫ ଇମର୍ଜେନ୍ସି ସମୟରେ ଜେଲ ଦଣ୍ଡ ଭୋଗିଥିବା ଲୋକଙ୍କୁ ପେନ୍ସନ୍ ଦେବେ ରାଜ୍ୟ ସରକାର । ମିସା (ଦି ମେଣ୍ଟେନାନ୍ସ ଅଫ୍ ଇଣ୍ଟରନାଲ୍ ସିକ୍ୟୁରିଟି ଆକ୍ଟ,୧୯୭୧), ଡିଆଇଆର୍ ( ଦ ଡିଫେନ୍ସ ଅଫ୍ ଇଣ୍ଡିଆନ୍ ରୁଲ୍ସ ) ଏବଂ ଡିଆଇଏସଆଇଆର୍ (ଦ ଡିଫେନ୍ସ ଆଣ୍ଡ ଇଣ୍ଟରନାଲ ସିକ୍ୟୁରିଟି ଅଫ୍ ଇଣ୍ଡିଆନ୍ ରୁଲ୍ସ) ଅଧିନରେ ଜେଲ ଦଣ୍ଡ ଭୋଗିଥିବା ଲୋକଙ୍କୁ ଆର୍ଥିକ ସହଯୋଗ ଯୋଗାଇବେ ରାଜ୍ୟ ସରକାର ।
ଏ ନେଇ ସୋମବାର ଅପରାହ୍ନରେ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।୧୯୭୫ରୁ ୧୯୭୭ ପର୍ଯ୍ୟନ୍ତ ୨ ବର୍ଷ କାଳ ସାରା ଦେଶରେ ଇନ୍ଦୀରା ଗାନ୍ଧୀଙ୍କ ଦ୍ୱାରା ଲଗାଟାଇଥିବା ଇମର୍ଜେନ୍ସିବେଳେ ଜେଲ ସକା ଜାଟିଥିବା ବ୍ୟକ୍ତି ଏହି ସୁବିଧା ପାଇବେ ।
ବିଜ୍ଞପ୍ତି ଅନୁସାରେ, ୧.୧.୨୦୨୫ ସୁଦ୍ଧା ଜୀବୀତ ଲୋକଙ୍କୁ ଏହି ସୁବିଧା ମିଳୁଛି । ଲୋକଙ୍କୁ ୨୦ ହଜାର ଟଙ୍କା ପେନସନ୍ ଦିଆଯିବ । ଆର୍ଥିକ ସହାୟତା ବ୍ୟତୀତ ଏହି ଲୋକମାନଙ୍କୁ ମାଗଣା ଚିକିତ୍ସା ସୁବିଧା ମଧ୍ୟ ଯୋଗାଇଦିଆଯିବ । ୨୦୨୫ ଜାନୁଆରୀ ୧ ତାରିଖ ପୂର୍ବରୁ ପ୍ରାଣହରାଇ ସାରିଥିବାକୁ ପେନସନ୍ ସୁବିଧା ମିଳିବ ନାହିଁ ।