ବଢିଲା ବିଧାୟକଙ୍କ ଏମଏଏଲଏ ପାଣ୍ଠି, ବଜେଟରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବଢିଲା ବିଧାୟକଙ୍କ ଏମଏଏଲଏ ଲ୍ୟାଡ଼ । ୩ କୋଟିରୁ ୫ କୋଟିକୁ ବୃଦ୍ଧି କଲେ ସରକାର ।

ଭୁବନେଶ୍ବର: ବଜେଟ ଉପସ୍ଥାପନା ବେଳେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବଢିଲା ବିଧାୟକଙ୍କ ଏମଏଏଲଏ ପାଣ୍ଠି । 5 କୋଟି ଟଙ୍କା ଘୋଷଣା କରିଛନ୍ତି ସରକାର । ପୂର୍ବରୁ 3 କୋଟି ରହିଥିବା ବେଳେ ଏହାକୁ ବର୍ତ୍ତମାନ 5 କୋଟିକୁ ବୃଦ୍ଧି କରାଯାଇଛି । ଏଥିପାଇଁ ୭୩୫ କୋଟି ବ୍ୟୟ ବରାଦ ହୋଇଛି ।

ନିର୍ବାଚନ ମଣ୍ଡଳୀ ଅନୁଯାୟୀ ଅତିରିକ୍ତ ୧୪୨ କୋଟିର ଅନୁଦାନ । ନିର୍ବାଚନମଣ୍ଡଳୀ ଅନୁଯାୟୀ ଅତିରିକ୍ତ ୧୪୨ କୋଟିର ଅନୁଦାନ ଘୋଷଣା ହୋଇଛି ।

ଉତ୍ତର ଓଡ଼ିଶା ବିକାଶ ପରିଷଦ ପାଇଁ ୨୦୦ କୋଟି ଘୋଷଣା କରାଯାଇଥିବା ବେଳେ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ପାଇଁ ୨୦୦ କୋଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ବଜେଟରେ ବିଭିନ୍ନ ଯୋଜନା ପାଇଁ ବ୍ୟୟ ବରାଦ କରାଯାଇଛି ।  ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୨୦୨୫-୨୬ ବର୍ଷ ପାଇଁ ୨ ଲକ୍ଷ ୯୦ ହଜାର କୋଟିର ବଜେଟ ଅଟକଳ ।