fbpx

ଓଡ଼ିଶା କ୍ରିକେଟରଙ୍କୁ ନେଇ ପୁଣି ଆସିଲା ବୟସ ଜାଲିଆତି ଅଭିଯୋଗ; ଦଳରୁ ବିଦା ହେଲେ ଓଡ଼ିଶା ଖେଳାଳି

Advertisement

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଓଡ଼ିଶା କ୍ରିକେଟରଙ୍କୁ ନେଇ ପୁଣି ଆସିଲା ବୟସ ଜାଲିଆତି ଅଭିଯୋଗ । ଜାଲିଆତି ଜଣାପଡ଼ିବା ପରେ ରଣଜୀ ଦଳରୁ ବିଦା ହେଲେ ଓଡ଼ିଶା ଖେଳାଳି । ଓଡ଼ିଶାର ସୁମିତ ଶର୍ମା ବୟସ ଜାଲିଆତି କରିଥିବା କହିଲା  BCCI । ବିଭିନ୍ନ ବୟସ ବର୍ଗରେ ଭିନ୍ନ ଭିନ୍ନ ସାର୍ଟିଫିକେଟ ଦେଇଥିବା ଜଣାପଡ଼ିଲା ।

ଜାଲିଆତି ଜଣାପଡ଼ିବା ପରେ ଦଳରୁ ବିଦା ସହ ବ୍ୟାନ୍‌ ଲଗାଇଲା BCCI । ୨ ବର୍ଷ ଯାଏଁ BCCIର କୌଣସି ଘରୋଇ ଟୁର୍ଣ୍ଣାମେଣ୍ଟ ଖେଳିପାରିବେନି ସୁମିତ । ସୁମିତଙ୍କ ବଦଳରେ ତାରିଣୀ ସା’ଙ୍କୁ ଓଡ଼ିଶା ଦଳରେ ସାମିଲ କଲା OCA । ବୟସ ଗଫଲତି ଓ ସୁମିତ ଦଳରୁ ବିଦା ନେଇ ଓସିଏ ପକ୍ଷରୁ ରହିଛି ସୂଚନା ।

Get real time updates directly on you device, subscribe now.