ଖୁସି ଖବର; ସମସ୍ତ ଜମାକାରୀଙ୍କୁ ମିଳିବ ଚିଟଫଣ୍ଡ ଟଙ୍କା, ସାମାନ୍ୟ ପ୍ରମାଣ ଥିଲେ ଟଙ୍କା ଫେରସ୍ତ ପାଇବେ
ଖୁବଶିଘ୍ର ଜମାକାରୀଙ୍କୁ ମିଳିବ ଚିଟଫଣ୍ଡ ଟଙ୍କା । ସମସ୍ତ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଦିଆଯିବ କହିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।
ଭୁବନେଶ୍ବର: ଖୁବଶିଘ୍ର ଜମାକାରୀଙ୍କୁ ମିଳିବ ଚିଟଫଣ୍ଡ ଟଙ୍କା । ସମସ୍ତ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଦିଆଯିବ କହିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । କ୍ଷୁଦ୍ର ଜମାକାରୀ ହୁଅନ୍ତୁ ଅବା ବଡ଼ ଜମାକାରୀ, 10 ହଜାର ଟଙ୍କା ହେଉ କି 10 ଲକ୍ଷ ଟଙ୍କା, ସମସ୍ତଙ୍କୁ ଟଙ୍କା ମିଳିବ । ପର୍ଯ୍ଯାୟକ୍ରମେ ଜମାକାରୀଙ୍କୁ ଟଙ୍କା ଫେରସ୍ତ ହେବ ବୋଲି କହିଲେ ବିଜେପି ରାଜ୍ୟ ସଭାପତି ।
“5 ଲକ୍ଷ ପାଖାପାଖି ଜମାକାରୀଙ୍କ ତାଲିକା ହୋଇଛି । ଏବେବି ପ୍ରମାଣ ଦେଲେ ତଦାରଖ କରି ଟଙ୍କା ଦିଆଯିବ । ଯାହା ସଂକଳ୍ପ ନିଆଯାଇଛି ତାହା ପୂରଣ କରାଯିବ”ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ।
ଗତ ଏକ ବର୍ଷ ମଧ୍ୟରେ 1 ଲକ୍ଷ 26 ହଜାର 137 ଜମାକାରୀଙ୍କୁ 47.07 କୋଟି ଟଙ୍କା ଫେରସ୍ତ ହୋଇଛି । 2014ରୁ 2024 ମସିହା ଦୀର୍ଘ 10 ବର୍ଷ ମଧ୍ୟରେ କେବଳ 2 ଲକ୍ଷ 79 ହଜାର 109 ଜଣ କ୍ଷୁଦ୍ର ଜମାକାରୀଙ୍କୁ ମାତ୍ର 119 କୋଟି ଟଙ୍କା ଫେରସ୍ତ କରାଯାଇଥିଲା ।
ଦୀର୍ଘ ଦିନ ଧରି ଚିଟଫଣ୍ଡ ଜମାକାରୀ ଟଙ୍କା ଫେରିପାଇନାହାନ୍ତି । ଏହି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ସରକାରଙ୍କ ଉପରେ ଦୀର୍ଘଦିନ ଧରି ଚାପ ପଡ଼ିଥିଲା । ସି-ସୋର, ଅର୍ଥତତ୍ତ୍ୱ, ସାରଦା, ମାଇକ୍ରୋ ଫାଇନାନ୍ସ ଭଳି ରାଜ୍ୟରେ 163ଟି ଚିଟ୍ଫଣ୍ଡ ସଂସ୍ଥା ପ୍ରାୟ 6ଲକ୍ଷ ଜମାକାରୀଙ୍କଠାରୁ କୋଟିକୋଟି ଟଙ୍କା ଲୁଟି ନେଇଛନ୍ତି ।