fbpx

ବିଭିନ୍ନ ବିଭାଗରେ ଖାଲିଥିବା ପଦବୀ ପୂରଣ ପାଇଁ ଓଡ଼ିଶା ସରକାରଙ୍କ ମାଷ୍ଟରପ୍ଳାନ୍, ୨୦୨୩-୨୪ ହେବ ମେଗା ନିଯୁକ୍ତି ବର୍ଷ

ଭୁବନେଶ୍ୱର: ଆଗକୁ ନିର୍ବାଚନୀ ବର୍ଷ ଥିବା ବେଳେ ୨୦୨୩-୨୪ ହେବାକୁ ଯାଉଛି ମେଗା ନିଯୁକ୍ତି ବର୍ଷ। ବିଭିନ୍ନ ବିଭାଗରେ ଖାଲି ଥିବା ପଦବୀ ପୁରଣ କରିବା ପାଇଁ ମାଷ୍ଟରପ୍ଲାନ୍ କରିଛନ୍ତି ରାଜ୍ୟ ସରକାର। ଚଳିତ ବର୍ଷ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତରାଜ ଆଦି ବିଭାଗରେ ଖାଲି ପଦବୀ ପୁରଣ କରାଯିବ। ଏଥିପାଇଁ ପ୍ରଶାସନିକସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି ଓ ସାଧାରଣ ପ୍ରଶାସନ ବିଭାଗକୁ ବ୍ଲ୍ୟୁ-ପ୍ରିଣ୍ଟ ପ୍ରସ୍ତୁତ କରିବାକୁ କହିଛନ୍ତି ରାଜ୍ୟ ସରକାର।

ବର୍ତ୍ତମାନ ରାଜ୍ୟରେ ସରକାରୀ ଏବଂ ଘରୋଇ କ୍ଷେତ୍ରରେ ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ତଥା ସେମାନଙ୍କର ଦକ୍ଷତା ବୃଦ୍ଧି କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହିକ୍ରମରେ ରାଜ୍ୟ ଦକ୍ଷତା ବିକାଶ ବିଭାଗ ଯୁବକ ଯୁବତୀମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ଯୋଜନା ପ୍ରସ୍ତୁତ କରିବ। ସେହିପରି ସମସ୍ତ ବିଭାଗରେ ନିଦ୍ଧିଷ୍ଟ ସମୟ ସୀମା ମଧ୍ୟରେ କିପରି ଖାଲି ଥିବା ପଦବୀରେ ନିଯୁକି କରାଯିବ ସେନଇ ଯୋଜନା କରାଯିବ। ରାଜ୍ୟ ସରକାର ଆଗାମୀ ବର୍ଷ ମଧ୍ୟରେ ଏହିଭଳି ଯୋଜନା କରୁଥିବା ବେଳେ ଚଳିତ ବର୍ଷ ଯୁବକ ଯୁବତୀଙ୍କ ପାଇଁ ମେଗା ନିଯୁକ୍ତିର ବର୍ଷ ହେବ ବୋଲି ଆକଳନ କରାଯାଉଛି।

ରାଜ୍ୟରେ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଏବଂ ଲୋକକେନ୍ଦ୍ରୀକ କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଇ ଆସୁଛନ୍ତି। ତେଣୁ ବିଭିନ୍ନ ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ପାଇଁ ବିଭିନ୍ନ ବିଭାଗରେ ଖାଲି ଥିବା ପଦବୀ ଗୁଡ଼ିକୁ ପୁରଣ କରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି।

Get real time updates directly on you device, subscribe now.