ଭୁବନେଶ୍ବର: ପୁଣି ନିଯୁକ୍ତି ଦେବେ ରାଜ୍ୟ ସରକାର । ଏନେଇ ବଡ ଘୋଷଣା କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । 250 ରେଡିୟୋଗ୍ରାଫରଙ୍କୁ ନିଯୁକ୍ତି ଦେବେ ରାଜ୍ୟ ସରକାର । ସରକାରୀ ହସ୍ପିଟାଲରେ ରହିବେ ରେଡିୟୋଗ୍ରାଫର । 250 ଜଣ ରେଡିୟୋଗ୍ରାଫରଙ୍କୁ ଖୁବଶୀଘ୍ର ନିଯୁକ୍ତି ପତ୍ର ପ୍ରଦାନ କରାଯିବ । ରେଡିୟୋଗ୍ରାଫରଙ୍କୁ ନିଯୁକ୍ତି ଦେବା ଦ୍ବାରା ସ୍ବାସ୍ଥ୍ୟକ୍ଷେତ୍ରରେ ଉନ୍ନତି ଆସିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି । ଆଗାମୀ ଦିନରେ ଆହୁରି ପଦବୀ ବାହାର କରିବାକୁ ଲକ୍ଷ୍ୟ ରଖାଯାଇଥିବା ମଧ୍ୟ ମନ୍ତ୍ରୀ କହିଛନ୍ତି ।
ଅନ୍ୟପଟେ ଆଜି ବିଶ୍ବ ଏଡସ ଦିବସ ହୋଇଥିବା କାରଣରୁ ରାଜ୍ୟର ଏଡସ ରୋଗୀଙ୍କ ସମ୍ପର୍କରେ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ଗଞ୍ଜାମରେ ସବୁଠାରୁ ଅଧିକ ଏଡସ ରୋଗୀ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି । କିନ୍ତୁ ଖୁସିର ବିଷୟ ଯେ, ରାଜ୍ୟରେ ହ୍ରାସ ପାଉଛି ଏଡସ ରୋଗୀଙ୍କ ସଂଖ୍ୟା । ରାଜ୍ୟରେ ବର୍ତ୍ତମାନ 50 ହଜାର ଏଡସ ରୋଗୀ ରହିଛନ୍ତି । ଗଞ୍ଜାମରେ ସର୍ବାଧିକ ୨୦ ହଜାର ଏଡ୍ସ ରୋଗୀ ଅଛନ୍ତି । ୨୦୩୦ ସୁଦ୍ଧା କେହି ଏଡ୍ସ ଆକ୍ରାନ୍ତ ନ ହୁଅନ୍ତୁ ତାକୁ ନେଇ ବ୍ୟବସ୍ଥା କରାଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସ୍ବାସ୍ଥ୍ୟମନ୍ତ୍ରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ସମୟରେ ଆୟୁଷ୍ମାନ ଭାରତ ନେଇ ମଧ୍ୟ ଘୋଷଣା କରିଥିଲେ । ରାଜ୍ୟରେ ଚଳିତ ଆର୍ଥିକ ବର୍ଷରେ ହିଁ ଏହି ଆୟୁଷ୍ମାନ ଭାରତ ଯୋଜନାକୁ ଲାଗୁ କରାଯିବ । କାଶ୍ମୀରରୁ କନ୍ୟାକୁମାରୀ ଯାଏଁ ଦେଶର 27 ହୋଟେଲରେ ଏହାକୁ କାର୍ଯ୍ୟକାରୀ କରାଯିବ ।