fbpx

ଆସିଲା ରାଜ୍ୟ ସରକାରଙ୍କ ଗାଇଡ଼ଲାଇନ, ଜାଣନ୍ତୁ କଣ

ଭୁବନେଶ୍ୱର,୨୩/୩(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ପୁଣି ବଢ଼ିବାରେ ଲାଗିଛି। କରୋନା ପାଇଁ କଟକଣାକୁ କଡାକଡି କରିଛନ୍ତି ରାଜ୍ୟ ସରକାର। ନୂଆ କଟକଣାକୁ ନେଇ ଗାଇଡ଼ଲାଇନ ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର। ନୂଆ ଗାଇଡ଼ଲାଇନରେ ବାହାଘରରେ ୨୦୦ ଲୋକଙ୍କୁ ଅନୁମତି ଦିଆଯାଇଛି। ପୂର୍ବରୁ ୫୦୦ ଲୋକଙ୍କୁ ଅନୁମତି ଥିଲା।

ସେହିପରି ଶୁଦ୍ଧିକ୍ରିୟାରେ ୫୦ ଲୋକଙ୍କୁ ଅନୁମତି ଦିଆଯାଇଛି।ପୂର୍ବରୁ ୫୦୦ ଲୋକଙ୍କୁ ଅନୁମତି ଥିଲା ।ବାହାଘର ଆୟୋଜକ ନିୟମ ପାଳନର ସବୁ ବ୍ୟବସ୍ଥା କରିବେ। ମାସ୍କ, ସାମାଜିକ ଦୂରତା ବାଧ୍ୟତାମୂଳକ କରାଯାଇଛି। ହାତ ଧୋଇବା, ସାନିଟାଇଜର ବ୍ୟବହାର ପାଇଁ ପରାମର୍ଶ ଦିଆଯାଇଛି।
୨୬ ମାର୍ଚ୍ଚରୁ ନୂଆ ଗାଇଡଲାଇନ ଜାରି ହେବା ନେଇ ଘୋଷଣା ହୋଇଛି।

Get real time updates directly on you device, subscribe now.