fbpx

ରାଜ୍ୟରେ ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ପାଇଁ ଲାଗୁ ହେଲା ESMA

ଓଡ଼ିଶା ଭାସ୍କର: ରାଜ୍ୟରେ ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ପାଇଁ ଲାଗୁ ହେଲା ଏସମା । ଅଗ୍ନିଶମ କର୍ମଚାରୀଙ୍କ ଆନ୍ଦୋଳନ ଉପରେ ଲାଗିଲା ଏସ୍‌ମା । ଅତ୍ୟାବଶ୍ୟକ ସେବା ଆଇନ ଏସ୍‌ମା ଲଗାଇଲେ ରାଜ୍ୟ ସରକାର। ଏସ୍‌ମା ଆଗାମୀ ୬ ମାସ ପର୍ୟ୍ୟନ୍ତ ବଳବତ୍ତର ରହିବା ନେଇ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ତେବେ ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଆଗ୍ନିକମାନେ ଆନ୍ଦୋଳନ ପାଇଁ ପ୍ରସ୍ତତୁ ହେଉଥିଲେ। ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

ତେବେ ସେପଟେ ରାଜ୍ୟର ପ୍ରାୟ ୫ହଜାର ଅଗ୍ନିଶମ କର୍ମଚାରୀ ଏସମା ଲାଗୁ ସତ୍ତ୍ୱେ ମଧ୍ୟ ଆନ୍ଦୋଳନ ଜାରି ରଖିଛନ୍ତି। ଜୀବନ ଚାଲିଗଲେ ମଧ୍ୟ ଦାବି ପୂରଣ ନହେବା ପର୍ୟ୍ୟନ୍ତ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଆନ୍ଦୋଳନରତ ଆଗ୍ନିକ କହିଛନ୍ତି। ଦୁଇ ଦଫା ଦାବିରେ ରାଜ୍ୟର ସମସ୍ତ ଅଗ୍ନିଶମ ସେବା ଅଫିସରେ ଆଗ୍ନିକ, ମୁଖ୍ୟ ଆଗ୍ନିକ ଏବଂ ଆଗ୍ନିକ ଡ୍ରାଇଭର ମାନେ ଅନିର୍ଦ୍ଧିଷ୍ଟ କାଳ ପର୍ୟ୍ୟନ୍ତ କାର୍ୟ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି।

ଏଠାରେ କହି ରଖୁ ଯେ, ପୋଲିସ କନେଷ୍ଟବଳ ଏବଂ ହାବିଲଦାରଙ୍କ ଭଳି ସମାନ ମାନ୍ୟତା ଓ ଦରମା ପ୍ରଦାନ ଏବଂ ଅଗ୍ନିଶମ କର୍ମଚାରୀଙ୍କ ସରକାରୀ ସଂଘ ମାନ୍ୟତା ଦାବି କରିଛି ସଂଘ।

Get real time updates directly on you device, subscribe now.