fbpx

ଦଶମ, ଦ୍ୱାଦଶଙ୍କ ପାଇଁ ଆସିଲା ନିଯୁକ୍ତି: ଓଡ଼ିଶା ସରକାରଙ୍କ ଅଧିନରେ କରନ୍ତୁ ସରକାରୀ ଚାକିରି

ସରକାରୀ ଚାକିରି ଖୋଜୁଥିବା ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଏକ ଖୁସି ଖବର । ଓଡ଼ିଶା ସରକାରଙ୍କ ତରଫରୁ ଏକ ବଢ଼ିଆ ନିଯୁକ୍ତି ସୁଯୋଗ ଆସିଛି । ଦଶମ ଓ ଦ୍ୱାଦଶ ପାସ କରିଥିଲେ ପ୍ରାର୍ଥୀମାନେ ଏହି ଚାକିରି ପାଇପାରିବେ । ଯୋଗ୍ୟ ପ୍ରାର୍ଥୀଙ୍କୁ ରାଜ୍ୟର ବିଭିନ୍ନ ସ୍ଥାନରେ ନିଯୁକ୍ତି ଦିଆଯିବ । ପ୍ରାର୍ଥୀମାନେ ସିଆରପି ସିଏମ, ମାଷ୍ଟର ବୁକ କିପରି ଓ ବ୍ୟାଙ୍କ ମିତ୍ର ପଦରେ ନିଯୁକ୍ତି ପାଇ ପାରିବେ ।

ତେବେ ଏଥିପାଇଁ ପ୍ରାର୍ଥୀଙ୍କୁ ଆସନ୍ତା ୧୫ ତାରିଖ ସୁଦ୍ଧା ଆବେଦନ କରିବାକୁ ପଡ଼ିବ । ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ଯୋଗ୍ୟତା ୧୮ ବର୍ଷ ରହିଥିବା ବେଳେ ବୟସ କୋହଳ ନିୟମ ଅନୁଯାୟୀ ନିର୍ଦ୍ଧାରଣ କରାଯିବ । ସିଆରପି ସିଏମ ପାଇଁ ୧୨୨ଟି, ମାଷ୍ଟର ବୁକ କିପରି ପାଇଁ ୧୭ଟି ଓ ବ୍ୟାଙ୍କ ମିତ୍ର ପାଇଁ ୩ଟି ପଦ ଖାଲି ରହିଛି । ଉଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ଅଫିସିଆଲ ୱେବସାଇଟ୍ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ଜାଣିପାରିବେ ।

ସମସ୍ତ କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କୁ ବଡ଼ସାହି ବ୍ଲକର ବିରେଶ୍ୱରପୁର, ନାଉପଲ, ଗୁଡ଼ିଆବନ୍ଧ, ସିଆଲଘାଟି, ଯଦୁନାଥପୁର, ପ୍ରତାପପୁର, ଶଙ୍ଖେରକୋ, ଶାଳଗାଁ, ଭୀମଦା, କୋଚିଲାଖୁଣ୍ଟା, ଟାଙ୍ଗୋସୋଲେ ଜିପିଏଲଏଫମାନଙ୍କରେ ନିଯୁକ୍ତି ଦିଆଯିବ । ପ୍ରାର୍ଥୀ ଜଣେ ମହିଳା ହୋଇଥିବା ସହ ସ୍ୱୟଂ ସହାୟିକା ଗ୍ରୁପ (ଏସଏଚଜି) ସଦସ୍ୟା ହୋଇଥିବେ । ସେ ଓଡ଼ିଆ ଭାଷାରେ ଲେଖିବା ଓ ପଢ଼ିବା ଜାଣିଥିବେ । ।

ଅଫିସିଆଲ ନୋଟିଫିକେସନ ଲିଙ୍କ: https://cdn.s3waas.gov.in/s3e1e32e235eee1f970470a3a6658dfdd5/uploads/2023/04/2023042716.pdf

ନୋଟିଫିକେସନ ଲିଙ୍କ: https://mayurbhanj.nic.in/

Get real time updates directly on you device, subscribe now.