fbpx

ଭ୍ୟାକ୍ସିନ୍ ପାଇଁ ରାଜ୍ୟ ସରକାରଙ୍କ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ

ଭୁବନେଶ୍ୱର, ୧୫ା୧୨ (ଓଡିଶା ଭାସ୍କର): ମହାମାରୀ କରୋନାର ଭ୍ୟାକ୍ସିନ୍ ଖୁବଶୀଘ୍ର ଲୋକଙ୍କ ପାଖରେ ପହଞ୍ଚିବ । ତେବେ ଏନେଇ ରାଜ୍ୟ ସରକାର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ଏନେଇ ଭ୍ୟାକ୍ସିନ ଇନଚାର୍ଜ ବିଜୟ ପାଣିଗ୍ରାହୀ ସୂଚନା ପ୍ରଦାନ କରିଛନ୍ତି ।

ସୂଚନା ଅନୁଯାୟୀ, ଟିକାକରଣରେ ୮ ହଜାର ୨ ଶହ ୭୬ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ନିୟୋଜିତ କରିବାକୁ ଯୋଜନା ଚାଲିଛି । ଟିକା ମହଜୁଦ ରଖିବା ପାଇଁ ୧୨୨୨ଟି କୋଲ୍ଡ ଚେନର ବ୍ୟବସ୍ଥା କରାଯାଇଛି । ଏହି ଟିକାକରଣ ନିର୍ବାଚନ ମଡେଲରେ ଉପଲବ୍ଧ ହେବ ବୋଲି କୁହାଯାଇଛି ।

ତେବେ ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୨୦ ହଜାର ଲୋକଙ୍କୁ ଟିକା ଦିଆଯିବ । ଟିକାକରଣ ପାଇଁ ରାଜ୍ୟରେ ୨୯ ହଜାର ୨୭୬ଟି ସ୍ଥାନ ଚିହ୍ନଟ କରାଯାଇଛି । ୧୭୭୧ଟି ଡିପ୍ ଫ୍ରିଜରର ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.