fbpx
BJD SKY
BJD SKY

ଓଡ଼ିଶା ସରକାର ଆଣିଲେ ନିଯୁକ୍ତି ସୁଯୋଗ: ବଢ଼ିଆ ଚାକିରି, ବଢ଼ିଆ ଦରମା

BJD

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଓଡ଼ିଶା ସରକାରଙ୍କ ତରଫରୁ ଏକ ବଢ଼଼ିଆ ସୁଯୋଗ ସୁଯୋଗ ଆସିଛି । ଚାକିରି ଆଶାୟୀଙ୍କ ପାଇଁ ଓଡ଼ିଶା ପାୱାର ଟ୍ରାନ୍ସମିଶନ କର୍ପୋରେସନ ଲିମିଟେଡ (ଓପିଟିସିଏଲ) ପକ୍ଷରୁ ଅନେକ ପଦ ପାଇଁ ବିଜ୍ଞାପନ ବାହାରିଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ନିଯୁକ୍ତି ସମ୍ବନ୍ଧିତ ସମସ୍ତ ତଥ୍ୟ ପାଇ ପାରିବେ ।

ଏପ୍ରିଲ ମାସ ୧୭ ତାରିଖରୁ ମେ ମାସ ୧୬ ତାରିଖ ମଧ୍ୟରେ ପ୍ରାର୍ଥୀଙ୍କୁ ଅନଲାଇନରେ ଆବେଦନ କରିବାକୁ ପଡ଼ିବ । ପ୍ରାର୍ଥୀମାନେ ଯେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଇଲେକ୍ଟ୍ରିକାଲ / ଇଲେକ୍ଟ୍ରିକାଲ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ ପାସ୍ କରିଥିବା ଆବଶ୍ୟକ । ଚଳିତ ବର୍ଷ ଏପ୍ରିଲ ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ସର୍ବନିମ୍ନ ୨୧ ବର୍ଷ ଓ ସର୍ବାଧିକ ବୟସ ୩୨ ବର୍ଷ ହୋଇଥିବା ଆବଶ୍ୟକ । ଏଥିସହିତ ପ୍ରାର୍ଥୀ ଜଣେ ଭାରତୀୟ ନାଗରିକ ହେବା ସହିତ ସେ ଓଡ଼ିଆ ଭାଷାରେ ଲେଖିବା, ପଢ଼ିବା ଓ କହିବା ଜାଣିଥିବେ ।

ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର ବିଭିନ୍ନ ବିଭାଗରେ ଖାଲିଥିବା ପଦ ପୂରଣ ପାଇଁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି । ଚଳିତ ଶିକ୍ଷାବର୍ଷ ୨୦୨୩-୨୪ରେ ମେଗା ନିଯୁକ୍ତି କରିବା ପାଇଁ ଏକ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ଚଳିତ ବର୍ଷ, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଗ୍ରାମ୍ୟ ଉନ୍ନୟନ ପରି ଏକାଧିକ ବିଭାଗରେ ଖାଲି ଥିବା ପଦ ପୂରଣ କରାଯିବ । ଏନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବାକୁ ସାଧାରଣ ପ୍ରଶାସନ ବିଭାଗକୁ କୁହାଯାଇଛି ।

ଅନଲାଇନ୍ ଆବେଦନ ଲିଙ୍କ: https://careers.optcl.co.in/online-application

ଅଫିସିଆଲ ନୋଟିଫିକେସନ ଲିଙ୍କ: https://careers.optcl.co.in/docs/GATE_OPTCL_2023_ADVT.pdf

Get real time updates directly on you device, subscribe now.