fbpx

ସରକାରଙ୍କ ଝାଳ ବାହାର କରିବ ୧୫ ତାରିଖର ୬ ଘଣ୍ଟିଆ ଓଡ଼ିଶା ବନ୍ଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର):  ପେଟ୍ରୋଲ୍, ଡିଜେଲ୍, ରନ୍ଧନ ଗ୍ୟାସ୍ ଓ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରଦାମ୍ ବୃଦ୍ଧି ବିରୁଦ୍ଧରେ ପ୍ରମୁଖ ବାମପନ୍ଥୀ ଦଳମାନଙ୍କ ଦ୍ୱାରା ଆସନ୍ତା ୧୫ ତାରିଖରେ ୬ ଘଂଟିଆ ଓଡିଶା ବନ୍ଦ ଡାକରାକୁ ଅଖିଳ ଭାରତୀୟ ଛାତ୍ରସଂଘ ସମର୍ଥନ ଜଣାଇଛି । ଆର୍ନ୍ତଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇଥିବା ବେଳେ ଆମ ଦେଶରେ ପେଟ୍ରୋଲ୍ ଓ ଡିଜେଲ୍ ଦର ଲଗାତାର ବୃଦ୍ଧି ପାଇ ସେଞ୍ଚୁରୀ ମାରିସାରିଛି ।

୪୦ଟଙ୍କାର ତେଳରେ ୬୦ଟଙ୍କାର ଟିକସ ଦେଉଛନ୍ତି ସାଧାରଣ ଲୋକେ । କରୋନା ମହାମାରୀରେ ଜୀବନ ଓ ଜୀବିକା ଦୟନୀୟ ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଖାଇବା ତେଲର ଦାମ୍ ୨୦୦ପାର କରିଛି । ସମସ୍ତ ଅତ୍ୟାବଶକୀୟ ଖାଦ୍ୟ ସାମଗ୍ରୀର ଆକାଶଛୁଆଁ ଦରବୃଦ୍ଧି ସାଧାରଣ ଜନଜୀବନ ଦୁର୍ବିସହ କରି ପକାଇଛି ।

ଟିକା ସର୍ବଦା ମାଗଣା ଦିଆଯାଇଥାଏ ଏବଂ କରୋନା ଟିକା ପାଇଁ ଜାତୀୟ ବଜେଟ୍ରେ ୩୫ହଜାର କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା । ତେଣୁ ମାଗଣା ଟିକା ପାଇଁ ଦରବୃଦ୍ଧିର ଯୁକ୍ତି ଅତ୍ୟନ୍ତ ହାସ୍ୟାସ୍ପଦ ଓ ନିନ୍ଦନୀୟ । କୋଭିଡ୍ ସତର୍କତା ସହ ଶିକ୍ଷାନୁଷ୍ଠାନ ଖୋଲିବା ଦାବିରେ ଛାତ୍ର ସମାଜ ଓଡିଶା ବନ୍ଦ ଡାକରାକୁ ସଫଳ କରିବା ପାଇଁ ରାସ୍ତାକୁ ଓହ୍ଲାଇବାକୁ ଏଆଇଏସ୍ଏଫ୍ ରାଜ୍ୟ ପରିଷଦ ପକ୍ଷରୁ ଆହ୍ୱାନ ଦିଆଯାଇଛି ।

Get real time updates directly on you device, subscribe now.