fbpx

ଓଡ଼ିଶା ସରକାରଙ୍କ ବଡ଼ ପଦକ୍ଷେପ: ଡାକ୍ତରମାନଙ୍କୁ ଉଚ୍ଚଶିକ୍ଷା ପାଇଁ ମିଳିବ ଲମ୍ବା ଛୁଟି

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତରମାନଙ୍କୁ ଉଚ୍ଚଶିକ୍ଷିତ ତଥା ସେମାନଙ୍କର ଦକ୍ଷତା ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ବଡ଼ ନିଷ୍ପତି ନେଇଛନ୍ତି । ସରକାରୀ ଡାକ୍ତରଖାନା ଗୁଡ଼ିକରେ ନିଯୁକ୍ତ ଥିବା ଡାକ୍ତରମାନଙ୍କ ଉଚ୍ଚତର ଶିକ୍ଷା ନିମନ୍ତେ ଉଦ୍ଧିଷ୍ଟ ଛୁଟି ନିୟମକୁ ସରଳ କରିଛନ୍ତି ସରକାର । ଯାହା ଦ୍ୱାରା ସେମାନେ ଉଚ୍ଚଶିକ୍ଷା ଗ୍ରହଣ କରି ସର୍ବୋତ୍ତମ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିପାରିବେ ।

ଏଣିକି ବିଶେଷଜ୍ଞ ପାଠ୍ୟକ୍ରମରେ ଶିକ୍ଷାଗ୍ରହଣ କରିବା ପାଇଁ ସରକାରୀ ଡାକ୍ତରଙ୍କୁ ୩ ବର୍ଷ ବଦଳରେ ୬ ବର୍ଷ ପର୍ଯ୍ୟନ୍ତ ଷ୍ଟଡିଲିଭ୍ ଦେବାକୁ ନିଷ୍ପତି ନେଇଛନ୍ତି । ସେହିଭଳି ଏହି ସୁବିଧା କାର୍ଯ୍ୟରେ ଯୋଗ ଦେବାର ୫ ବର୍ଷ ମଧ୍ୟରେ ମିଳିବ।

ରାଜ୍ୟରେ ଥିବା ସମସ୍ତ ସରକାରୀ ଡାକ୍ତଖାନା ଏବଂ ମେଡିକାଲ କଲେଜରେ କାର୍ଯ୍ୟରତ ଡାକ୍ତରମାନଙ୍କ ପାଇଁ ଏହି ନୂଆ ନିୟମ ଲାଗୁ କରାଯିବ । ସେହିଭଳି ଉଚ୍ଚଶିକ୍ଷା ପାଇଁ ଏକ୍ସଟ୍ରା ଅର୍ଡିନାରୀ ଲିଭ୍‌(ଇଓଏଲ୍‌) ନେଇଥିଲେ ତାହା ଡାଇନାମିକ୍ ଆସ୍ୟୋର୍ଡ କ୍ୟାରିୟର୍ ପ୍ରୋଗ୍ରାମ୍‌(ଡିଏସିପି) ଅନୁସାରେ ଗ୍ରହଣୀୟ ହେବ । ଶନିବାର ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଏନେଇ ନିର୍ଦେଶନାମା ପ୍ରକାଶ ପାଇଛି ।

Get real time updates directly on you device, subscribe now.