‘ଓଡ଼ିଶା ପୁଣିଥରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସାରା ବିଶ୍ୱରେ ଏକ ମଡେଲ ହୋଇଛି’: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ୱର: ବାତ୍ୟା ଦାନା ଗତ ମଧ୍ୟରାତ୍ରିରୁ ଲ୍ୟାଣ୍ଡଫଲ କରିବା ପରେ ଆଜି ସକାଳୁ ବାତ୍ୟାର ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବା ସହ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ବାତ୍ୟା ଦାନା ଗତ କାଲି ରାତି ସୁଦ୍ଧା ଭିତରକନିକା ଓ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ ହୋଇଛି । ବାତ୍ୟା ପରବର୍ତ୍ତୀ କ୍ଷୟକ୍ଷତି ଆକଳନ କରିଵା ପାଇଁ ସମ୍ପୃକ୍ତ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ ମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି । ଆମର ଟିମ ୱାର୍କ ଓ ପ୍ରଶାସନିକ ତତ୍ପରତା ଯୋଗୁଁ ବିଶେଷ କ୍ଷୟକ୍ଷତି ହୋଇନାହିଁ । ଯେଉଁ ସବୁ ଯାଗାରେ ଗଛ ପଡି ରାସ୍ତା ଅବରୋଧ ହୋଇଛି ଆଜି ଅପରାହ୍ନ ଗୋଟେ ସୁଦ୍ଧା ସେ ସବୁ କ୍ଲିୟର କରାଯିବ । Power restoration ଆଜି ସନ୍ଧ୍ୟା ସୁଦ୍ଧା କରାଯିବ । ବିମାନ ଚଳାଚଳ ସ୍ୱାଭାବିକ ହୋଇଛି । ଆଜି ସକାଳ ୯ଟା ସମୟରେ ପ୍ରଥମ ବିମାନ ଅବତରଣ କରିବ । ଟେଲିଫୋନ ସେବା ସ୍ୱାଭାବିକ ଅଛି । ସ୍ୱାସ୍ଥ୍ୟ ସେବା ମଧ୍ୟ ସ୍ୱାଭାବିକ ଭାବେ ଯାରି ରହିଛି । ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ର ଓ ମା ଗୃହକୁ ସ୍ଥାନାନ୍ତରିତ ହୋଇଥିବା ଗର୍ଭବତୀ ମହିଳା ମାନଙ୍କ ମଧ୍ୟରୁ ୧୬ ଶହ ଶିଶୁ ଜନ୍ମ ହୋଇଛନ୍ତି । ଉଭୟ ମା ଓ ଶିଶୁ ସୁସ୍ଥ ଅଛନ୍ତି ।

ମହାପ୍ରଭୁଙ୍କ କୃପାରୁ ଆମେ ସମସ୍ତେ ଏହି ବାତ୍ୟାକୁ ସଫଳ ଭାବେ ମୁକାବିଲା କରିପାରିଲେ। ଏଥିପାଇଁ ଜନସାଧାରଣ, ପ୍ରଶାସନିକ ଅଧିକାରୀ, ଉଦ୍ଧାରକାରୀ ଦଳ, ଜନପ୍ରତିନିଧି, ଡାକ୍ତରୀ ଦଳ, ପୋଲିସ ଓ ଅଗ୍ନିଶମ ବାହିନୀଙ୍କୁ ଧନ୍ୟବାଦ ଦେଉଛି। ବାତ୍ୟା ଦାନା ଗତ ମଧ୍ୟରାତ୍ରିରୁ ଆଜି ସକାଳ ସୁଦ୍ଧା ଭିତରକନିକା ଓ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ ହୋଇଛି । ବାତ୍ୟା ପରବର୍ତ୍ତୀ କ୍ଷୟକ୍ଷତି ଆକଳନ କରିଵା ପାଇଁ ସମ୍ପୃକ୍ତ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ ମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି । ଆମର ଟିମ ୱାର୍କ ଓ ପ୍ରଶାସନିକ ତତ୍ପରତା ଯୋଗୁଁ ବିଶେଷ କ୍ଷୟକ୍ଷତି ହୋଇନାହିଁ । ଯେଉଁ ସବୁ ଯାଗାରେ ଗଛ ପଡି ରାସ୍ତା ଅବରୋଧ ହୋଇଛି ଆଜି ଅପରାହ୍ନ ଗୋଟେ ସୁଦ୍ଧା ସେ ସବୁ କ୍ଲିୟର କରାଯିବ । Power restoration ଆଜି ସନ୍ଧ୍ୟା ସୁଦ୍ଧା କରାଯିବ । ବିମାନ ଚଳାଚଳ ସ୍ୱାଭାବିକ ହୋଇଛି । ଆଜି ସକାଳ ୯ଟା ସମୟରେ ପ୍ରଥମ ବିମାନ ଅବତରଣ କରିବ । ଟେଲିଫୋନ ସେବା ସ୍ୱାଭାବିକ ଅଛି । ସ୍ୱାସ୍ଥ୍ୟ ସେବା ମଧ୍ୟ ସ୍ୱାଭାବିକ ଭାବେ ଯାରି ରହିଛି । ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ର ଓ ମା ଗୃହକୁ ସ୍ଥାନାନ୍ତରିତ ହୋଇଥିବା ଗର୍ଭବତୀ ମହିଳା ମାନଙ୍କ ମଧ୍ୟରୁ ୧୬ ଶହ ଶିଶୁ ଜନ୍ମ ହୋଇଛନ୍ତି । ଉଭୟ ମା ଓ ଶିଶୁ ସୁସ୍ଥ ଅଛନ୍ତି ।

ମହାପ୍ରଭୁଙ୍କ କୃପାରୁ ଆମେ ସମସ୍ତେ ଏହି ବାତ୍ୟାକୁ ସଫଳ ଭାବେ ମୁକାବିଲା କରିପାରିଲେ । ଏଥିପାଇଁ ଜନସାଧାରଣ, ପ୍ରଶାସନିକ ଅଧିକାରୀ, ଉଦ୍ଧାରକାରୀ ଦଳ, ଜନପ୍ରତିନିଧି, ଡାକ୍ତରୀ ଦଳ, ପୋଲିସ ଓ ଅଗ୍ନିଶମ ବାହିନୀଙ୍କୁ ଧନ୍ୟବାଦ ଦେଉଛି