fbpx

ବଜ୍ରପାତ ମୃତ୍ୟୁ ସଂଖ୍ୟାରେ ଓଡ଼ିଶା ଆଗୁଆ, ପାଞ୍ଚ ବର୍ଷରେ ଗଲାଣି ୧୧୦୩ ଜୀବନ

ଭୁବନେଶ୍ୱର: ବଜ୍ରପାତରେ ଗତ ପାଞ୍ଚ ବର୍ଷର ରିପୋର୍ଟ ସାମ୍ନାକୁ ଆସିଛି। ତେବେ ଏହି ୫ ବର୍ଷ ମଧ୍ୟରେ ବଜ୍ରପାତ ଯୋଗୁଁ ରାଜ୍ୟରେ ୧୧୦୩ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ବଜ୍ରପାତ ମୃତ୍ୟୁ ସଂଖ୍ୟା ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଅଧିକ ରହିଛି। ଏହି ୫ ବର୍ଷ ମଧ୍ୟରେ ଉତ୍ତରପ୍ରଦେଶରେ ବଜ୍ରପାତ ଜନିତ ୫୪୨ ଜଣଙ୍କ ମୃତ୍ୟୁ ଘଟିଛି।

ସୂଚନାନୁଯାୟୀ, ସାଧାରଣତଃ ସୁନ୍ଦରଗଡ, ଝାରସୁଗୁଡ଼ା, ବାଲେଶ୍ୱର ଜିଲ୍ଲାରେ ଅଧିକ ବଜ୍ରପାତ ହୋଇଥାଏ। ଯେଉଁ ରାଜ୍ୟରେ ଅଧିକ ଖଣିଜ ସମ୍ପଦ ଥାଏ ସେଠାରେ ଅଧିକ ବଜ୍ରପାତ ହୋଇଥାଏ।ପ୍ରି ମନସୁନ ଏବଂ ମନସୁନ ସମୟରେ ବଜ୍ରପାତ ଅଧିକ ହୋଇଥାଏ। ବଜ୍ରପାତ ରେ ମୃତ୍ୟୁବରଣ କଲେ ସରକାରଙ୍କ ପକ୍ଷରୁ ୪ଲକ୍ଷ ଟଙ୍କା ଦିଆଯାଇଥାଏ। ବଜ୍ରପାତ ରୋକିବା ପାଇଁ ବ୍ୟାପକ ତାଳ ଗଛ ରୋପଣ କରାଯାଉଛି। ବିଧାୟକ ଟଙ୍କଧର ତ୍ରିପାଠୀ ଙ୍କ ତାରକା ପ୍ରଶ୍ନରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଗୃହରେ ଉତ୍ତର ରଖିଛନ୍ତି।

Get real time updates directly on you device, subscribe now.